୩୦ପ୍ରବାସୀ ଓଡ଼ିଆ ନିଜ ଗୃହକୁ ପ୍ରତ୍ୟାବର୍ତନ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ସମଗ୍ର ବିଶ୍ୱରେ ମହାମାରୀ କରୋନା ଭୂତାଣୁର ମୁକାବିଲା କରିବା ପାଇଁ ସାରା ରାଜ୍ୟରେ ଲକ ଡାଉନ ଚାଲିଥିବା ବେଳେ ବିମାନ,ରେଳ, ବସ ଚଳାଚଳ ବନ୍ଦ ରହିଥିଲା l ଯାହା ଦ୍ବାରା ଅନ୍ୟ ରାଜ୍ୟ ରେ ପ୍ରବାସୀ ଓଡ଼ିଆ ଶ୍ରମିକ ରହି ଯାଇଥିଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଅନ୍ୟ ରାଜ୍ୟ ରେ ଥିବା ପ୍ରବାସୀ ଏଠାକୁ ଆସିଲେ ୧୪ଦିନ ସଙ୍ଗରୋଧ ଗୃହରେ ରହିବା ନିମନ୍ତେ ବାଧ୍ୟ।ବର୍ତ୍ତମାନ ସେମାନଙ୍କ କାର୍ଯ୍ୟ କାଳ ସରିଯାଇଥିବାରୁ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି.ଙ୍କ ଆଦେଶ ଓ ସରପଞ୍ଚଙ୍କ ଅନୁମତିରେ ବାଲିଗୁଡ଼ା ବ୍ଳକର ପରମପଙ୍ଗା ପଞ୍ଚାୟତ ଠାରେ ଥିବା ସଙ୍ଗ ରୋଧ ଗୃହରେ ତାମିଲନାଡୁରୁ ଆସିଥିବା ୩0 ଜଣ ପ୍ରବାସୀ ଓଡିଆ ଦୀର୍ଘ ୧୪ ଦିନ ରହିବା ପରେ ବର୍ତ୍ତମାନ ନିଜ ଗୃହ କୁ ଖୁସିରେ ଫେରିଛନ୍ତି। ରହିଥିବା ପ୍ରବାସୀ ଓଡ଼ିଆଙ୍କ ମତ ଅନୁସାରେ ସକାଳ ର ଜଳଖିଆ ଓ ମଧ୍ୟାହ୍ନ ଭୋଜନ, ରାତି ଭୋଜନ ସବୁ କିଛି ସମୟ ଅନୁସାରେ ଦେଇଥିବା କହିଥିଲେ। ବିଡିଓ ନରେଶ ଚନ୍ଦ୍ର ଶବର, ତହସିଲଦାର କ୍ଷିରବ୍ଧ ତନ୍ନୟା ସାହୁ, ସରପଞ୍ଚ, ନୋଡାଲ ଅଫିସରଙ୍କୁ ଏହି ପ୍ରବାସୀ ମାନେ ଧନ୍ୟବାଦ ଜଣାଇଥିଲେ। ଏହି ୧୪ ଦିନରେ ଠିକ୍ ସମୟରେ ଖାଦ୍ୟ, ପାନୀୟର ବ୍ୟବସ୍ଥା କରିଥିଲେ, ଆମେ ଭାବୁଛୁ ଯେ ଆମ ଘରମାନଙ୍କରେ ଏଭଳି ଯତ୍ନ ସହକାରେ କେବେ ରହିନଥିବୁ କି, ଖାଇବାକୁ ପାଇନ ଥିବୁ l ଯିବା ସମୟରେ ଏକ ପ୍ରମାଣ ପତ୍ର ମଧ୍ୟ ଦିଆଯାଇଥିଲା l ପ୍ରବାସୀ ଓଡିଆଙ୍କ ମତଯେ, ଆମ୍ଭେ ଖୁସିରେ ଘରକୁ ଯାଉଛୁ ସାତ ଦିନ ଅଲଗା ରହିବୁ, ତାପରେ ସମାଜ ସହ ରହିବୁ ଅନ୍ୟ ଭାଇ ମାନେ ଆସିରହିଲେ କୌଣସି ବିଶୃଙ୍ଖଳା ନ କରି ସଙ୍ଗରୋଧ ଗୃହରେ ରହି ନିଜେ ଓ ନିଜ ପରିବାରର ଠାରୁ କୋରୋନା ଭୂତାଣୁର ମୁକାବିଲା କରିବା ପାଇଁ ପରାମର୍ଶ ବାର୍ତ୍ତା ଦେଇଥିଲେ। ଏହି ୩୦ଜଣ ପ୍ରବାସୀଙ୍କ ଘର କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା, ଟିକାବାଲି, ଚକାପାଦର ଅଞ୍ଚଳର ହୋଇଥିବାରୁ ସେମାନଙ୍କୁ ପ୍ରଶାସନ ତରଫରୁ ଏକ ଗାଡି ଦ୍ୱାରା ନିଜ ନିଜ ଗ୍ରାମରେ ଛଡା ଯାଇଥିବା ବିଷୟ ଜଣାପଡିଛି l