୩୦ଫୁଟ ତଳକୁ ଖସିଲା ବସ୍, ୨୮ ଆହାତ
ପାରଳାଖେମୁଣ୍ଡି, (ତାରିଣୀପ୍ରସାଦ ପଣ୍ଡା) -ଗଜପତି ଜିଲ୍ଲାର ମାର୍ଲବା ଘାଟିରେ ଆଜି ଭୋର ସମୟରେ ପୁଣି ଏକ ବସ୍ର ଦୁର୍ଘଟଣା ହେଇଛି । ଏହି ବସ୍ଟି ୩୦ ଫୁଟ ତଳକୁ ଖସିପଡିଛି । ଏଥିରେ ୨୮ଜଣ ଯାତ୍ରୀ ଆହାତ ହୋଇଛନ୍ତି । ଘଟଣାରୁ ପ୍ରକାଶ କଟକ ଠାରୁ ପାରଳାଖେମୁଣ୍ଡି ଆସୁଥିୂବା ଓଡି-୦୫-ଏଲ- ୬୨୮୮ଇସପାତ ନାମକ ଘରୋଇ ନାଇଟ୍ ଏକ୍ସପ୍ରେସ୍ ବସ୍ଟି ଦୂଘଟଣା ହୋଇଛି । ଆଜି ଭୋର ୫ଘଣ୍ଟା ସୟରେ ବସ୍ଟି ଗଜପତି ଜିଲ୍ଲାର ସୋରଙ୍କ ଥାନା ପରିସରରେ ଥିବା ମାର୍ଲବା ଘାଟି ଦେଇ ପାରଳାଖେମୁଣ୍ଡି ଆସୁଥିବା ବେଳେ ଘଠାତ୍ ଭାରସାମ୍ୟ ହରାଇ ବଡପଦା ଗ୍ରାମ ଠାରୁ ୪ କି.ମି ଦୂରରେ ଥିବା ଶଙ୍ଖ ଘାଟି ରାସ୍ତାରେ ୩୦ ଫୁଟ ତଳକୁ ଖସି ପଡିଥିଲା । ଏହି ସମୟରେ ବସ୍ରେ ୪୦ ଜଣ ଯାତ୍ରୀ ଥିଲେ । ଏମାନଙ୍କ ମଧ୍ୟରୁ ୨୮ଜଣ ଆହାତ ହୋଇଛନ୍ତି । ଖଜୁରୀପଦା ଡାକ୍ତରଖାନାରେ ଆହାତମାନେ ଚିକିତ୍ସିତ ହୋଇଫେରିଛନ୍ତି । ବସ୍ ର ହେଲପର ପି. ପରମାଣିକ ଗୁରୁତ୍ୱର ଥିବା ଯୋଗୁଁ ପାରଳାଖେମୁଣ୍ଡି ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଭର୍ତ୍ତିକରି ଚିକିତ୍ସିତ ଅଛନ୍ତି । ଘଟଣା ନେଇ ସେରଙ୍ଗ ଥାନାରେ ମକଦମା ରୁଜୁ ହୋଇ ତଦନ୍ତ ଜାରି ରହିଛି ।