୩୦ବର୍ଷ ସଂଘର୍ଷର ଫଳ ମିଳିଲା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୧ଲକ୍ଷ ୧ହଜାର ପାଥପାଶ୍ୱର୍ ବିକ୍ରେତା ମାନଙ୍କ ପାଇଁ ୩୦୦୦ ଟଙ୍କା ଲେଖାଏଁ କୋଭିଡ଼ ସହାୟତା ରାଶି ଘୋଷଣା କରିବା ସହ କର୍ପୋରେସନ, ମୁନିସିପାଲିଟି, ଏନ୍.ଏ.ସି. ଗୁୁଡ଼ିକରେ ଉଠାଦୋକାନୀମାନଙ୍କ ଜୀବନ ଜୀବିକା ପାଇଁ ୬୦ କୋଟି ଟଙ୍କା ବିନିଯୋଗରେ ୮୭ଟି ଭେଣ୍ଡିଂଜୋନ ନିର୍ମାଣ କରାଯାଇ ଉଠାଦୋକାନୀମାନଙ୍କୁ ଥଇଥାନ କରିବାକୁ ଘୋଷଣା କରିଥିବାରୁ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ପ୍ରତିଷ୍ଠାତା ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ସାହୁ, ଉପଦେଷ୍ଟା ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସୁବାସ ସିଂ, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ଅନୁଜ ପ୍ରଧାନ, ବିପିିନ ବିହାରୀ ଦାସ ଓ ସୁଦର୍ଶନ ପୃଷ୍ଟି ପ୍ରମୁଖ ମିଳିତ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଠାରେ ଉଲ୍ଲେଖଥାଉକି, ଉଠାଦୋକାନୀମାନଙ୍କୁ ଥଇଥାନ କରିବା ପାଇଁ ଦୀର୍ଘ ୩୦ ବର୍ଷ ଧରି ଲଢେଇ କରିବା ପରେ ଏବେ ଉଠାଦୋକାନୀମାନଙ୍କ ସମସ୍ୟା ପୂରଣ ହେବକୁ ଯାଉଛି । ଏହା ପୂର୍ବରୁ ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ କୋଭିଡ଼ ସହାୟତା ରାଶି ୬୦୦୦ ଟଙ୍କା ପ୍ରଦାନ କରିବା ସହ ଏବେ ତୃତୀୟ ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି ଏବଂ ଦେଶରେ ପ୍ରଥମ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଭେଣ୍ଡିଂଜୋନ ପ୍ରତିଷ୍ଠା କରିବା ପାଇଁ ୬୦କୋଟି ଟଙ୍କା ଘୋଷଣା କରିଥିବାରୁ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ସମୟରେ ୫-ଟି ସଚିବ ଭି.କେ ପାଣ୍ଡିୟାନ ଉପସ୍ଥିତ ଥିବାରୁ ଉଠାଦୋକାନୀ ଅଧିକ ଖୁସିବ୍ୟକ୍ତ କରିଥିଲେ ।


