୩୦ରେ ଗାନ୍ଧିଜୀଙ୍କ ବ୍ରହ୍ମପୁର ଅ।ଗମନର ଶତବାର୍ଷିକୀରେ ଡ଼ାକ ଟିକଟ, ସ୍ୱତନ୍ତ୍ର ଲଫାଫା ପ୍ରକାଶନ ଓ ଫଟେ।ଚିତ୍ର ପ୍ରଦର୍ଶନ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ଜାତିର ପିତା ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ ୨୯ ତାରିଖରେ ବ୍ରହ୍ମପୁର ଅ।ଗମନ କରିଥିଲେ । ସେହି ଅ।ଗମନର ସ୍ମୃତିକୁ ଶହେ ବର୍ଷ ପୂର୍ତ୍ତି ହେଉଛି । ତାଙ୍କ ଅ।ଗମନର ଶତବାର୍ଷିକୀ ଏବଂ ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ଯାତ୍ରାର ସ୍ମୃତି ପାଳନ ଲାଗି ବହୁବିଧ କାଯର୍‌ୟକ୍ରମ ହାତକୁ ନିଅ।ଯାଇଛି । ମହାତ୍ମା ଗାନ୍ଧୀଙ୍କ ଅ।ଗମନର ଶତବାର୍ଷିକୀ ପୂର୍ତ୍ତିରେ ଡ଼ାକ ବିଭାଗ ତରଫରୁ ଡ଼ାକ ଟିକଟ ଓ ମହାତ୍ମା ଗାନ୍ଧୀଙ୍କ ଫଟେ।ଚିତ୍ର ଥିବା ସ୍ୱତନ୍ତ୍ର ଲଫାଫା ପ୍ରକାଶନ, କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଗାନ୍ଧିଜୀଙ୍କ ଫଟେ।ଚିତ୍ର ପ୍ରଦର୍ଶନୀ, ବ୍ରହ୍ମପୁର ସମେତ କଟକ, ଭଦ୍ରକ, ସତ୍ୟବାଦୀ ଓ ପୁରୀ ରେଳ ଷ୍ଟେଶନରେ ଗସ୍ତର ନିଦର୍ଶନ ସ୍ୱରୂପ ଫଟେ।ଚିତ୍ର ପ୍ରଦର୍ଶିତ ହେବ । କେନ୍ଦ୍ର କ୍ଷେତ୍ର ପ୍ରଚାର ସଂସ୍ଥା, ରାଜ୍ୟ ସୂଚନା ଓ ଲେ।କ ସମ୍ପର୍କ ବିଭାଗ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଏହାର ସଫଳତା ପାଇଁ ବିଭିନ୍ନ କାଯର୍‌ୟକ୍ରମ ଅନୁଷ୍ଠିତ ହେବ ବେ।ଲି ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଅ।ଗମନର ଶତବାର୍ଷିକୀ କମିଟିର ସଂଯେ।ଜକ ରବି ରଥ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଶତବାର୍ଷିକୀ କମିଟିର ଅଧ୍ୟକ୍ଷ ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସ୍ୱାଧୀନତା ସଂଗ୍ରାମୀ ସମିତିର ଅଧ୍ୟକ୍ଷ ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ, ବ୍ରହ୍ମପୁର ବିଧାୟକ ତଥା କାର୍ଜ୍ୟକାରୀ ସଭାପତି ବିକ୍ରମ କୁମାର ପଣ୍ଡା, ଭାଜପାର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ସ୍ୱାଧୀନତା ସଂଗ୍ରାମ ସମିତିର ସଂଯେ।ଜକ ଉପେନ୍ଦ୍ର ପାଢ଼ୀ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ଏନ. ନାରାୟଣ ରେଡ଼ୀ, ହରିହର ସାହୁ, ଅଶେ।କ ଚୌଧୁରୀ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଭାଜପା ସଭାପତି ବିଭୂତି ଜେନା, କଂଗ୍ରେସ ନେତା ପୀତବାସ ପଣ୍ଡା, ଅ।ଇନଜୀବୀ ଅଭୟ କୁମାର ପଣ୍ଡା, ଗଞ୍ଜାମ ଚାମ୍ବର ଅଫ କମର୍ସର ସମ୍ପାଦକ ଭି.ସନ୍ତେ।ଷ କୁମାର, ଶରତ କୁମାର ସାହୁ, ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ, ଲେ।କ ସେବକ ମଣ୍ଡଳ ସଦସ୍ୟ ରାଜେନ୍ଦ୍ର ଜେନା, ସିପିଅ।ଇଏମ ସମ୍ପାଦକ କୈଳାସ ଷଡ଼ଙ୍ଗୀ ପ୍ରମୁଖଙ୍କ ସହଯେ।ଗରେ ବ୍ୟାପକ କାର୍ଜ୍ୟକ୍ରମ ଜାରି ରହିଛି । ଅ।ସନ୍ତା ମାର୍ଚ୍ଚ ୩୦ ତାରିଖ ଅପରାହ୍ନ ସମୟରେ ବ୍ରହ୍ମପୁର ରେଲୱେ ଷ୍ଟେଶନରୁ ସର୍ବଦଳୀୟ ଶେ।ଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ବ୍ରହ୍ମପୁର ଷ୍ଟାଡିୟମ ଠାରେ ପହଞ୍ଚିବା । ଶେ।ଭାଯାତ୍ରା ଅବସରରେ ଗଞ୍ଜାମ, ଗଜପତି ଜିଲାର ସମସ୍ତ ଲେ।କନୃତ୍ୟ, ଅ।ଦିବାସୀ ନୃତ୍ୟ ପରିବେଷଣ ସହ କାଯର୍‌ୟକ୍ରମକୁ ଖୁବ ଅ।କର୍ଷଣୀୟ କରାଯିବ । ଏଥିସହ ଏକ ପ୍ରଚାର ଗାଡ଼ିରେ ଗାନ୍ଧୀଙ୍କ ଦର୍ଶନ, ନିଶା ନିବାରଣ, ଗାନ୍ଧୀ ସାହିତ୍ୟ, ସର୍ବଧର୍ମ ସମନ୍ୱୟ ବୈଶିଷ୍ଟ୍ୟ ପ୍ରତିପାଦନ ସହ ଗାନ୍ଧିଜୀଙ୍କ ପ୍ରଦର୍ଶିତ ଅହିଂସା, ପ୍ରଜ୍ଞାପନ ମେଢ଼, ଗାନ୍ଧିଜୀଙ୍କ କାଯର୍‌ୟାବଳୀ ପ୍ରଦର୍ଶିତ ହେବ ବେ।ଲି ନିଷ୍ପତ୍ତି ନିଅ ।ଯାଇଛି । ଏଥିରେ ମହିଳାମାନଙ୍କୁ ସାମିଲ କରି ହୁଳହୁଳି ସହିତ ଶଙ୍ଖ ଧ୍ୱନିରେ ଶେ।ଭାଯାତ୍ରାକୁ ସ୍ୱାଗତ କରାଯିବ । ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମ୍ପର୍କିତ ଏକ ସ୍ମରଣୀକା ପ୍ରକାଶନ ପାଇଁ ମଧ୍ୟ ନିଷ୍ପତ୍ତି ହେ।ଇଛି । କଲେଜ ଛାତ୍ରଛାତ୍ରୀମାନଙ୍କୁ ନେଇ ଏନସିସି, ଏନଏସଏସ ନେହେରୁ ଯୁବକେନ୍ଦ୍ର ଦ୍ୱାରା ଯୁବକମାନଙ୍କୁ ସାମିଲ କରାଯିବ ବେ।ଲି ସଂଯେ।ଜକ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ