୩୦ରେ ଗାନ୍ଧିଜୀଙ୍କ ବ୍ରହ୍ମପୁର ଅ।ଗମନର ଶତବାର୍ଷିକୀ ପାଳନହେବ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) : ଜାତିର ପିତା ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ ୨୯ ତାରିଖରେ ବ୍ରହ୍ମପୁର ଅ।ଗମନ କରିଥିଲେ । ସେହି ଅ।ଗମନର ସ୍ମୃତିକୁ ଶହେ ବର୍ଷ ପୂର୍ତ୍ତି ହେଉଛି । ତାଙ୍କ ଅ।ଗମନର ଶତବାର୍ଷିକୀ ଏବଂ ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ଯାତ୍ରାର ସ୍ମୃତି ପାଳନ ଲାଗି ବହୁବିଧ କାଯର୍ୟକ୍ରମ ହାତକୁ ନିଅ।ଯାଇଛି । କେନ୍ଦ୍ର କ୍ଷେତ୍ର ପ୍ରଚାର ସଂସ୍ଥା, ରାଜ୍ୟ ସୂଚନା ଓ ଲେ।କ ସମ୍ପର୍କ ବିଭାଗ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଏହାର ସଫଳତା ପାଇଁ ବିଭିନ୍ନ କାଯର୍ୟକ୍ରମ ଅନୁଷ୍ଠିତ ହେବ ବେ।ଲି ଶନିବାର ବ୍ରହ୍ମପୁରସ୍ଥିତ ମେ।ତି ହେ।ଟେଲ ସମ୍ମିଳନୀ କକ୍ଷରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସଭାପତିତ୍ୱରେ ଅ।ୟେ।ଜିତ ୩ୟ ପ୍ରସ୍ତୁତି ବୈଠକରେ ଉପରେ।କ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସଂଯୋଜକ ରବି ରଥ ପୂର୍ବରୁ ଅନୁଷ୍ଠିତ ହେ।ଇଥିବା ଦୁଇଟି ବୈଠକର ବିବରଣୀ ପ୍ରଦାନ କରିବା ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଅନୁଷ୍ଠିତ କାଯର୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଚଳିତ ମାର୍ଚ୍ଚ ୩୦ ତାରିଖ ଅପରାହ୍ନ ୪ ଘଣ୍ଟ ସମୟରେ ବ୍ରହ୍ମପୁର ରେଲୱେ ଷ୍ଟେଶନରୁ ସର୍ବଦଳୀୟ ଶେ।ଭାଯାତ୍ରା ବାହାରି ବିଜିପୁର, ଖଲିକେ।ଟ କଲେଜ, ମଧୁ ମନ୍ଦିର ଦେଇ ସହର ପରିକ୍ରମା କରିବା ପରେ ବାରାକ୍ସ ପଡ଼ିଅ।ରେ ପହଞ୍ôଚବ । ପରେ ସେଠାରେ ଏକ ସାଧାରଣ ସଭା ଅ।ୟେ।ଜନର କାଯର୍ୟକ୍ରମ ରହିଛି । ଶେ।ଭାଯାତ୍ରା ଅବସରରେ ଗଞ୍ଜାମ ଜିଲାର ସମସ୍ତ ଲେ।କନୃତ୍ୟ, ଯେ।ଡ଼ିଶଙ୍ଖ, ପାରମ୍ପରିକ ନୃତ୍ୟ ସଖୀନାଟ, ଘଣ୍ଟସ୍ଥଳ, ସ୍କେଟିଂ, ଟାଇକେ।ଣ୍ଡେ । ସହ ସାମନ୍ତରା ଏକାଡ଼େମୀର ଦୁଇ ଶହ ଛାତ୍ର ଜାତୀୟ ପତାକା ପ୍ରଦର୍ଶନ କରିବେ । ଏଥିସହ ଏକ ପ୍ରଚାର ଗାଡ଼ିରେ ଗାନ୍ଧୀଙ୍କ ଦର୍ଶନ, ନିଶା ନିବାରଣ, ଗାନ୍ଧୀ ସାହିତ୍ୟ, ସର୍ବଧର୍ମ ସମନ୍ୱୟ ବୈଶିଷ୍ଟ୍ୟ ପ୍ରତିପାଦନ ସହ ଗାନ୍ଧିଜୀଙ୍କ ପ୍ରଦର୍ଶିତ ଅହିଂସା, ପ୍ରଜ୍ଞାପନ ମେଢ଼, ଗାନ୍ଧିଜୀଙ୍କ କାଯର୍ୟାବଳୀ ପ୍ରଦର୍ଶିତ ହେବ ବେ।ଲି ନିଷ୍ପତ୍ତି ନିଅ।ଯାଇଛି । ମହିଳାମାନଙ୍କୁ ସାମିଲ କରି ହୁଳହୁଳି ସହିତ ଶଙ୍ଖ ଧ୍ୱନିରେ ଶେ।ଭାଯାତ୍ରାକୁ ସ୍ୱାଗତ କରାଯିବ ଏବଂ ସହରର ବିଭିନ୍ନ ପ୍ରବେଶ ପଥରେ ବ୍ୟାନର ପ୍ରଦର୍ଶିତ ହେବ । ପୂର୍ବାହ୍ନରେ ବ୍ରହ୍ମପୁର ସହରରେ ସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ସମେତ ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯିବ । ବୈଠକରେ ବରିଷ୍ଠ ଭେଷଜବିତ ପି.ସି. ସାହୁ, ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ, ମେଜର ରମାରମଣ ପାଢ଼ୀଙ୍କ ସମେତ ଜାମୁଲା ଶଙ୍କର ନାରାୟଣ, କାମରାଜୁ ମହାରଣା, କ୍ଷେତ୍ର ପ୍ରଚାର ସଂସ୍ଥାର ଅଧିକାରୀ ମନମେ।ହନ ପାଢ଼ୀ, ଡ଼. ଡ଼ମ୍ବରୁଧର ସାହୁ, ମୀନ କେତନ ଜେନା, ସରିତା ପଣ୍ଡା, ସୁଶାନ୍ତ କୁମାର ସାବତ, ପୂର୍ବତନ ନଗରପାଳ ପି. ଭିମୁଡ଼ୁ, ଡ଼ା. ସାଗର ରଞ୍ଜନ ତ୍ରିପାଠୀ, ଲେ।କ ସେବକ ମଣ୍ଡଳ ସଦସ୍ୟ ରାଜେନ୍ଦ୍ର କୁମାର ଜେନା, ଡ଼ା. ସୁବାସ ସାହୁ, ରାଧାଚରଣ ନାୟକ, କପିଳ ଚନ୍ଦ୍ର ମହାନ୍ତି, ଏନ. ଜଗଦୀଶ୍ୱର ରାଓ, ଡ଼. ବନମାଳୀ ପାଣିଗ୍ରାହୀ, ସତ୍ୟ ନାରାୟଣ ତ୍ରିପାଠୀ, ସିପିଅ।ଇଏମ ସମ୍ପାଦକ କୈଳାସ ଚନ୍ଦ୍ର ଷଡ଼ଙ୍ଗୀ, ନେତା ଟି.ଗେ।ପୀ, ସାମନ୍ତରା ଏକାଡ଼େମୀର ଦେବେଶ ସାମନ୍ତରାୟ, ଡ଼. ପ୍ରଫୁଲ ଚନ୍ଦ୍ର ମହାନ୍ତି, ଚନ୍ଦ୍ରମେ ।ହନ ସାହୁ, ଶିବ ପ୍ରସାଦ ମିଶ୍ର, ଅନନ୍ତ ନାରାୟଣ ମହାନ୍ତି, ଇଂ. ଲଡ଼ୁ କିଶେ।ର ସାବତ, ପ୍ରଫେସର ରମେଶ ଚରଣ ତ୍ରିପାଠୀ, ମନେ।ଜ କୁମାର ସାମଲ, ମନେ।ଜ କୁମାର ପଟ୍ଟନାୟକ, ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଅ।ଲେ।ଚନାରେ ଅଂଶଗ୍ରହଣ କରିଥିଲେ ।


