୩୦ଲକ୍ଷ ଗଞ୍ଜେଇସହ ଟ୍ରକ ଜବତ ଜଣେ ଗିରଫ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଏସପିଙ୍କ ନିର୍ଦେଶ କ୍ରମେ ଆଜି ମୋହନା ଥାନା ଅଧିକାରୀ ଓ କିଛି କର୍ମଚାରୀ ମିଳିତରେ ମୋହନା ନିକଟସ୍ଥ ରାଇସିଙ୍ଗି ଛକରେ ବ୍ଲକିଙ୍ଗ କରି ଗାଡ଼ି ଯାଞ୍ଚ କରୁଥିବା ବେଳେ ଏକ ଟ୍ରକ ନଂ ଏସ୦୯ସି୭୫୯୪ ଅଡବାପଟୁ ଆସୁଥିଲା ତାକୁ ଅଟକାଇ ନିଜେ ଥାନା ଅଧିକାରୀ ସୁଜିତ କୁମାର ନାୟକ ଯାଞ୍ଚ କରିବା ସମୟରେ ଏକ ଗୁପ୍ତ ବାକ୍ସ ଭିତରେ ୨୦ଟି ଜରିବସ୍ତା ପାଇଥିଲେ ଖୋଲି ଦେଖିବା ସମୟରେ ସେଥିରେ ଗଞ୍ଜେଇଥିବା ଜାଣି ତହସିଲଦାର କଲ୍ୟାଣି ସଙ୍ଘମିତ୍ରା ଦେବୀଙ୍କ ଉପସ୍ଥିତିରେ ଓଜନ କରାଯାଇଛି ୨୦ଟି ବସ୍ତାରେ ସମୁଦାୟ ୬୦୨ କେଜି ୭୦୦ ଗ୍ରାମ ହୋଇଥିଲା ଏହାର ବଜାର ମୂଲ୍ୟ ୩୦ଲକ୍ଷ ହେବ ଏହାସହ ଜଣକୁ ଗିରଫ କରାଯାଇଛି ସେ ହେଲେ ଆସାମର ଗୋପାଳଚନ୍ଦ୍ର ରାୟ ସେ ରାଇପଙ୍କା ଅଞ୍ଚଳରୁ କୋଲକୋତାକୁ ନେଉଥିବା ଜଣା ପଡ଼ିଛି ଏହା ସହ ଟ୍ରକ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀନାୟକ କହିଛନ୍ତି ଏହାର ତଦନ୍ତ ଭାର ଏସଆଇ ସୁନିଲି କୁମାର ଦଳାଇ ନେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ