୩୦ହିତାଧିକାରୀ ଙ୍କୁ ଚାରି ମାସର ଆଗୁଆ ଭତ୍ତା ପ୍ରଦାନ

ଶେରଗଡ,(ଦେବୀ ପ୍ରସାଦ ଦାଶ):ଶେରଗଡ ବ୍ଳକ ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କୋରାନା କୁ ଦୃଷ୍ଟିରେ ରଖି ବାର୍ଦ୍ଧକ୍ୟ ଭତ୍ତା,ବିକଳାଙ୍ଗ ଭତ୍ତା ଓ ବିଧବା ଭତ୍ତା ବଣ୍ଟନ କରାଯାଇଛି ।ଡେଙ୍ଗାପଦର ସରପଞ୍ଚ ଶ୍ରୀ ରାମକୃଷ୍ଣ ପୋଲାଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଘରକୁ ଘର ବୁଲି ଭତ୍ତା ବଣ୍ଟନ କରାଯାଇଛି ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରେ ପଞ୍ଚାୟତ ଜିଆରଏସ୍ ବାଳକୃଷ୍ଣ ରଣା, ଅଙ୍ଗନବାଡି କର୍ମୀ ଗୀତାଞ୍ଜଳି ସାବତ,ସୁଲତା ସାହୁ ଓ ଏମବିକେ ଗାୟତ୍ରୀ ସେଠୀ ପ୍ରମୁଖ ସହଯୋଗ କରିଥିଲେ ।ସମସ୍ତ ୬୩୦ହିତାଧିକାରୀ ଙ୍କୁ ଚାରି ମାସର ଆଗୁଆ ଭତ୍ତା ପ୍ରଦାନ କରାଯାଇଥିଲା । ଘରେ ରହି ଭତ୍ତା ପାଇବା ପରେ ସେମାନେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ସରପଞ୍ଚଙ୍କୁ ମଧ୍ୟ ସାଧୁବାଦ ଜ୍ଞାପନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ