୩୦୦ କେଜି ଅର୍ଗୁଣା ଛାଲି ସହ ମିନି ଟ୍ରକ ଅଟକ
ଗାଙ୍ଗପୁର,(ସନ୍ତୋଷ ବିଷୋୟୀ): ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ବନାଞ୍ଚଳରେ ଅର୍ଗୁଣା ଛାଲି ପୂର୍ବରୁ ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା ଓ ଆଜି ରାତ୍ର ୭ ଘଣ୍ଟ ସମୟରେ କଣ୍ଟେଇପଲ୍ଲୀ ଠାରୁ ଆସ୍କା ପଟକୁ ଯାଉଥିବା ମିନି ଟ୍ରକ ( OD07Y 3737) ଯୋଗେ ପ୍ରାୟ ୩୦୦ କେଜି ଅର୍ଗୁଣା ଛାଲି ବୋଝେଇ କରି ଯାଉଥିବା ବେଳେ ଗାଙ୍ଗପୁର ବନପାଳ ଜି ଭେଙ୍କଟ ରାଓ ଦୋରା ସଦଳବଳେ ଗାଙ୍ଗପୁରଠାରେ ଗାଡ଼ିକୁ ଚଢ଼ାଉ କରି ଅଟକ ରଖିଥିଲେ ଓ ବେଆଇନ ଭାବେ ଅର୍ଗୁଣା ଛାଲି ଚାଲାଣ ହେଉଥିବା ସ୍ପଷ୍ଟ ହେବା ପରେ ଭଞ୍ଜନଗର ଉପଖଣ୍ଡ ବନାଞ୍ଚଳ ଅଧିକାରୀ କୁମର ବେହେରାଙ୍କୁ ଅବଗତ କରାଇଥିଲେ ଓ ଉପଖଣ୍ଡ ଅଧିକାରୀ ଶ୍ରୀ ବେହେରା ଅର୍ଗୁଣା ଛାଲି ବୋଝେଇ ହୋଇଥିବା କାର୍ କୁ ନେଇ ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ ସୋମନାଥପଲ୍ଲୀ ଓ ଲୁଦୂଲୁଦି ଛକରେ ବହୁ ମହିଳାଙ୍କ ଦ୍ଵାରା ଆକ୍ରୋଶର ଶିକାର ହୋଇଥିଲେ ଓ ମହିଳାମାନେ ଅଭିଯୋଗ କରିଥିଲେ ଯେ ଚନ୍ଦନ କାଠ, ଗଞ୍ଜେଇ ଓ ଆପୂ ଛାଲି ଭଳି ବହୁ ମାଦକ ଦ୍ରବ୍ୟ ଅନାୟାସରେ ଚାଲାଣ ହେଉଥିଲାବେଳେ ଜଙ୍ଗଲଜାତ ଦ୍ରବ୍ୟ ଅର୍ଗୁଣା ଛାଲିକୁ ଧରି ବନ ବିଭାଗ ବାହା ବା ନେବାକୁ ଚାହୁଁଛି ଓ ଗାଙ୍ଗପୁର ଥାନା ଅଞ୍ଚଳରେ ପ୍ରତ୍ୟେକ ଗାଁରେ ଚୋରାରେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବାବେଳେ ପୋଲିସ୍ ପ୍ରଶାସନ ମୋଟା ଅଙ୍କର ରକମ ନେଇ ଏମାନଙ୍କୁ ଖୋଲାରେ ଛାଡି ଦେଉଛି ଓ କିନ୍ତୁ ଅର୍ଗୁଣା ଛାଲି ଜଙ୍ଗଲରୁ ସଂଗ୍ରହ ପାଇଁ ଜଣେ ଜଣେ ମହିଳା ଲକ୍ ଡ଼ାଉନ୍ ସମୟରେ ୪୦ ରୁ ୬୦ ଟଙ୍କା ଦୈନିକ ମଜୁରୀ ପାଇଥାନ୍ତ , ଯାହା ଦ୍ଵାରା ଆମ ଭଳି ଗରିବ ଲୋକଙ୍କ ପରିବାର ପ୍ରତିପୋଷଣରେ ସହାୟକ ହୋଇଥାଏ ଓ ବଡ଼ ବଡ଼ ଦୁର୍ନୀତି ଓ ମଦ ଗଞ୍ଜେଇ, ଆପୂ ଭଳି ଚୋରା ବେପାରୀଙ୍କୁ ଛାଡି ପୋଲିସ୍ ଓ ବନ ବିଭାଗ ଗରିବ ଲୋକଙ୍କ ପେଟ ପାଟଣାରେ ହସ୍ତକ୍ଷେପ କରୁଥିବାରୁ ଆଗାମୀ ଦିନରେ ସୋମନାଥପଲ୍ଲୀ ଓ ଲୁଦୂଲୁଦି ଅଞ୍ଚଳର ବହୁ ମହିଳା ସଂଗଠନ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଓ ଆଜି ଅଟକ ରଖିଥିବା ଗାଡ଼ିକୁ ଭଞ୍ଜନଗର ଉପଖଣ୍ଡ ବନାଞ୍ଚଳ ଅଧିକାରୀ କୁମର ବେହେରା, ଗାଙ୍ଗପୁର ବନପାଳ ଜି ଭେଙ୍କଟ ରାଓ ଦୋରା ଓ ଗାଙ୍ଗପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଜନ ସାଧାରଣକୁ ବୁଝାସୁଝା କରିବା ପରେ ଦେଢ଼ ଘଣ୍ଟା ଧରି ଅଟକ ରଖିଥିବା ଗାଡ଼ିକୁ ଦେଢ଼ ଘଣ୍ଟା ପରେ ଅର୍ଥାତ ରାତ୍ର ୮ ଘଣ୍ଟା ୨୦ ମିନିଟ୍ ସମୟରେ ଛାଡିଥିଲେ |


