୩୦୯ ଲିଟର ଦେଶୀ ମଦ ଜବତ, ୩ ଗିରଫ
ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଲକ୍ ଡାଉନ୍ ପାଇଁ ସମସ୍ତ ଦେଶୀ ବିଦେଶୀ ମଦ ଦୋକାନ ବନ୍ଦ ଥିଲା ବେଳେ ଚୋରା ମଦ କାରବାର ବୃଦ୍ଧି ପାଇଛି ।ଏନେଇ ଚୋରା ମଦ ବେପାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ପୋଲିସ ।ଗତ ରବିବାର ଦିନ ଗାଙ୍ଗପୁର ଥାନା ଡି.ଏସ୍.ପି ସଞ୍ଜୟ କୁମାର ମହାପାତ୍ର ଓ ଥାନାଧିକାରୀ ଧିରେଶ କୁମାର ଦାସ ସେହି ଥାନା ଅନ୍ତର୍ଗତ କୁଲାଙ୍ଗୀଠାରେ ଚଢ଼ାଉ କରି ପୃଥକ ଭାବେ ଗୋଟିଏ ସ୍ଥାନରୁ ୧୫୯ ଲିଟର ଦେଶୀ ମଦ ଜବତ କରିବା ସହ ୧୧୯/୨୦ ରେ ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।ସେହିପରି ଅନ୍ୟ ଏକ ସ୍ଥାନରେ ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ଜବତ କରିବା ସହ ୧୨୦/୨୦ ରେ ଏକ ମାମଲା ରୁଜୁ କରି ଜଣଙ୍କୁ ଗିରଫ କରିଛନ୍ତି ।ତାହା ସଙ୍ଗେ ସଙ୍ଗେ ୩୦୦୦ ଲିଟର ପୋଚ ନଷ୍ଟ କରିଥିବା ଜଣାପଡିଛି ।ଗିରଫ ୩ ଜଣଙ୍କୁ ଆସ୍କା କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।