୩୦ କୋଟି ଟଙ୍କାର ହେରାଇନ୍ ଜବତ, ଜଣେ ଆଫଗାନ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜଣେ ଆଫଗାନ ନାଗରିକଙ୍କୁ ଗିରଫ କରିଛି ଜାତୀୟ ନାର୍କାଟିକ ବ୍ୟୁରା । ତାଙ୍କଠାରୁ ୧.୮ କିଲୋଗ୍ରାମ ଓଜନର ଆଫଗାନ୍ ହେରାଇନ୍ ଜବତ କରାଯାଇଛି । ତାଙ୍କୁ ମଧ୍ୟ ଗିରଫ କରାଯାଇଛି । ଜବତ ହେରାଇନର ମୂଲ୍ୟ ୩୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଆଫଗାନ ନାଗରିକ ଜଣକ କାନ୍ଦାହାରରୁ ହେରାଇନ୍ ପ୍ୟାକେଟଗୁଡ଼ିକୁ ପେଟରେ ପୂରେଇ ଆଣିଥିଲେ । ସର୍ଜରୀ ପରେ ତାଙ୍କଠାରୁ ତାହା ଉଦ୍ଧାର କରାଯାଇଛି । ସେ ହେରାଇନ୍ ସ୍ମଗଲ କରି ଆଣୁଥିବା ନେଇ ଜାତୀୟ ନାର୍କାଟିକ ବ୍ୟୁରୋ ନିକଟରେ ସୂଚନା ଥିଲା । ତେଣୁ ତାଙ୍କୁ ଧରିବା ପାଇଁ ଦିଲ୍ଲୀ ବିମାନ ବନ୍ଦରରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।ତାଙ୍କ ସହିତ ସନ୍ଦେହରେ ଅନ୍ୟ ୫ ଜଣ ଆଫଗାନ ଓ ନାଇଜେରୀୟ ନାଗରିକଙ୍କୁ ମଧ୍ୟ ଅଟକ ରଖାଯାଇ ଜେରା କରାଯାଉଛି । ତେବେ ସେମାନଙ୍କଠାରୁ କୌଣସି ନିଶାଦ୍ରବ୍ୟ ଜବତ ହୋଇନାହିଁ ।