୩୦ ନମ୍ବର ୱାର୍ଡ କଂଗ୍ରେସ ପ୍ରାର୍ଥୀନୀ ରଶ୍ମିତାଙ୍କ ପ୍ରଚାର ଜୋରଦାର
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ରାଜ୍ୟରେ ପୌର ନିର୍ବାଚନ ପ୍ରଚାର ଜର ଧରିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ଦୁଇପାଦ ଆଗରେ ରହିଛି । ମହାନଗର ନିଗମରେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଭିନ୍ନ ଦଳ ବିଭିନ୍ନ କସରତ ଆରମ୍ଭ କରି ଦେଇଛନ୍ତି । ମହାନଗର ନିଗମରେ କଂଗ୍ରେସର ସାନଖେମୁଣ୍ଡି ବିଧାୟକ ତଥା ଜିଲ୍ଲା ସଭାପତି ମଙ୍ଗ ଧରିଥିବା ବେଳେ ୱାର୍ଡ ନମ୍ବର ୩୦ ରୋଚକ ସ୍ଥିତିରେ ପହଞ୍ଚିଛି । ଏଠାରେ ବିଜେଡି ଓ ବିଜେପିକୁ ମାତ ଦେଇ କଂଗ୍ରେସ ଜିତିବା ପାଇଁ ସବୁ ପ୍ରକାର ଉଦ୍ୟମ ଆପଣାଇଛି । ଏହି ୱାର୍ଡ଼ରୁ ବିଜେଡିର ମମତା କୁମାରୀ ପାତ୍ର, ବିଜେପିରୁ ବର୍ଷା ବିଦୁସ୍ମିତାଙ୍କୁ କଡ଼ା ଟକର ଦେଉଛନ୍ତି କଂଗ୍ରେସ ପ୍ରଥିନୀ ରଶ୍ମିତା ପ୍ରଧାନ। ଅଞ୍ଚଳର ଜଣାଶୁଣା ସାମ୍ବାଦିକ ସତ୍ୟ ଚେତନଙ୍କ ସହଧର୍ମିଣୀ ରଶ୍ମିତା ଘରେ ଘରେ ପରିଚିତ ଚେହେରା । ସତ୍ୟ ଚେତନ ଅଞ୍ଚଳବାସୀଙ୍କ ପାଇଁ ନିଜ ଜୀବନ ଉଚ୍ଚର୍ଗ କରି ସାହି ବାସିନ୍ଦାଙ୍କ ପାଇଁ ଦିନରାତି ନମାନି ଅସହାୟ ସମୟରେ ସହାୟତାର ହାତ ବଢ଼ାଉଥିବା ବେଳେ ତାଙ୍କ ସହ କାନ୍ଧକୁକାନ୍ଧ ମିଳାଇ ରଶ୍ମିତା ସର୍ବଦା ସାହି ବାସିନ୍ଦାଙ୍କ ସୁଖଦୁଃଖରେ ଭାଗିଦାରୀ ରହିଛନ୍ତି । ଏସବୁକୁ ଦେଖିଲେ କଂଗ୍ରେସ ପ୍ରଥିନୀ ରଶ୍ମିତାଙ୍କ ତାଲା ଭାରିଥିବା ଜଣା ପଡ଼ୁଛି। ତେବେ ଦେଖିବାକୁ ବାକି ରହିଲା ଆସନ୍ତା ୨୬ ତାରିଖ ଭୋଟ ଗଣତି ଦିନ ।