ଝୁମ୍କାକୁ ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛି ବରେଲି। ଏଠାରେ ନିର୍ମାଣ କରାଯାଉଥିବା ୩୦ ଫୁଟର ଝୁମ୍କା ଏବେ ଦର୍ଶକଙ୍କୁ ଆକର୍ଷିତ କରୁଛି। ଝୁମକା ପାଇଁ ବରେଲି ପରିଚିତ ଥିବାରୁ ଏବେ ସେଠାରେ ଝୁମ୍କା ସ୍କୋୟାର ତିଆରି କରାଯାଉଛି। ବିଡିଏର ବିଦ୍ୟା ମିତ୍ତଲ ଓ ଡାକ୍ତର କେଶବ ଅଗ୍ରଓ୍ବାଙ୍କ ମିଳିତ ଉଦ୍ୟମରେ ଜିରୋ ପଏଣ୍ଟର ପରସାଖେଡାରେ ଝୁମ୍କା ସ୍କୋୟାର ନିର୍ମାଣ କରାଯାଉଛି। ଏହାର ଉଚ୍ଚତା ପାଖାପାଖି ୩୦ ଫୁଟ ଥିବା ବେଳେ ଏଥିପାଇଁ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ଓ ଏହା ପିତ୍ତଳରେ ନିର୍ମାଣ କରାଯାଇଛି ବୋଲି କୁହାଯାଉଛି। ଏହାକୁ ନିର୍ମାଣ କରିବା ପାଇଁ ବହୁ ଆଗରୁ ଫାଉଣ୍ଡେଶନ କାମ ଆରମ୍ଭ କରାଯାଇଛି। ଏତେବଡ ଝୁମ୍କାର ଡିଜାଇନ ଗୁରୁଗ୍ରାମରେ କରାଯାଇଛି। ଏବେ ଏହା ଶେଷ ପର୍ଯ୍ୟାୟରେ ଥିବା ବେଳେ ଏହା ଦିଲ୍ଲୀ ଆଡକୁ ଯାଉଥିବା ରାସ୍ତା ଜିରୋ ପଏଣ୍ଟରେ ଲଗାଯାଇଛି।