୩୦ ବର୍ଷରେ ପାଦ ଥାପିଲେ ତମନ୍ନା

୩୦ ବର୍ଷରେ ପାଦ ଥାପିଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ । ବଲିଉଡ ଏବଂ ସାଉଥ ଫିଲ୍ମରେ ନିଜର ଅଭିନୟ ପାଇଁ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରକାର ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଅଜଣା କଥା –
– ତମନ୍ନାଙ୍କୁ ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି ।


-୨୦୦୫ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ‘ଚାନ୍ଦ ସା ରୋଶନ ଚେହେରା’ ଚଳଚ୍ଚିତ୍ରରୁ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ତେବେ ଚଳଚ୍ଚିତ୍ର ‘ହିମ୍ମତୱାଲା’ ଜରିଆରେ ସେ ବଲିଉଡ଼କୁ ଫେରିଥିଲେ । ଯେଉଁଥିରେ ତାଙ୍କୁ ଅଜୟ ଦେବଗନଙ୍କ ଅପୋଜିଟରେ ଦେଖିବାକୁ ମିଳିଥିଲା
– ଚଳଚ୍ଚିତ୍ର ବ୍ୟତୀତ ତମନ୍ନା ନିଜର ଫଟୋ ଏବଂ ଭିଡିଓ ପାଇଁ ଅଧିକାଂଶ ଚର୍ଚ୍ଚାରେ ରହିଥାନ୍ତି । ସେ ଫ୍ୟାନ ମାନଙ୍କ ପାଇଁ ନିୟମିତ ଅନ୍ତରାଳରେ ନିଜର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ।


– ବାହୁବଳୀ ଅଭିନେତ୍ରୀ ତମନ୍ନା ଭାଟିଆ ଅତିଶୀଘ୍ର ଚଳଚ୍ଚିତ୍ର ‘ବୋଲେ ଚୁଡ଼ିୟା’ରେ ନିଜର କମାଲ ଦେଖାଇବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେ ବଲିଉଡ ଅଭିନେତା ନବାଜୁଦ୍ଦିନୀ ସିଦ୍ଧିକିଙ୍କ ସହିତ ମୁଖ୍ୟଭୂମିକାରେ ଦେଖିବାକୁ ମିଳିବେ ।
– ତମନ୍ନା ଆଜିଯାଏଁ ୩ଟି ଭାଷାରେ ୫୦ରୁ ଅଧିକ ଫିଲ୍ମ କରିସାରିଛନ୍ତି ଏବଂ ବାହୁବଳୀରେ ତାଙ୍କର ଅବନ୍ତିକା ଚରିତ୍ରକୁ ବହୁତ ପସନ୍ଦ କରାଯାଇଥିଲା ।
– ତମନ୍ନାଙ୍କ ଅଭିନୀତ ଲଫଜୋ ମେଁ , ବାହୁବଳୀ , ଏଣ୍ଟଟେନମେ , ହମସକଲ , ବାହୁବଳୀ-୨ ପ୍ରମୁଖ ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ