୩୦ ବର୍ଷ ବିକଳାଙ୍ଗ ପୁଅର ଆଶା ବାଡ଼ି ୭୫ ବର୍ଷର ମା

ମୋହନା,(ଅଂଶୁମାନ ପଣ୍ଡା): ଦୁନିଆରେ ସମସ୍ତେ କିଛି ନା କିଛି ଏପରି ସମ୍ପର୍କରେ ଜଡିତ ଯେପରି କି ପାଣି ବିନା ମାଛ ବଞ୍ଚିବା ମୁସ୍କିଲ,ଠିକ ସେହିପରି ମା ବିନା ପିଲା ବଞ୍ଚିବା କଷ୍ଟ | ମା ବାପା ଆଶା ରଖନ୍ତି ବଡ଼ ହେଲେ ତାଙ୍କ ପୁଅ ତାଙ୍କୁ ସେବା କରିବ ମୁଠାଏ ଖାଇବାକୁ ଦେବ ହେଲେ ଏହା କିଛି ପରିବାର ପାଇଁ ସ୍ଵପ୍ନ ହୋଇ ରହିଯାଏ | ମୋହନା ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ଗୋବିନ୍ଦପୁର ଗାଁ ର ଗିରିବାରି ନାୟକ (୭୫) ଙ୍କ ଘରେ ଦେଖିବାକୁ ମିଳିଛି ଏଭଳି ସମ୍ପର୍କ | ତାଙ୍କ ୩୦ବର୍ଷ ବୟସର ପୁଅ ଜଣେ ବିକଳାଙ୍ଗ ସେହି ପୁଅର ସବୁ ଦାଇତ୍ୱ ତାଙ୍କ ମା ନେଉଛନ୍ତି | ରହିବା ପାଇଁ ଘରେ ଖଣ୍ଡେ ନାହିଁ ମାଟି କୁଡ଼ିଆରେ ମା ପୁଅଙ୍କ ଦିନ କଟୁଛି | ସରକାର ଙ୍କ ତରଫରୁ କେବଳ କିଛି ଚାଉଳ ଓ ମାଙ୍କୁ ଭତ୍ତା ମିଳୁଛି ଭତ୍ତା ବାବଦକୁ ମାଙ୍କୁ ମିଳୁଛି ୫୦୦ ଟଙ୍କା | ଯେଉଁ ଚାଉଳ ସେମାନଙ୍କୁ ସରକାର ତରଫରୁ ମିଳୁଥିଲା ତାହା କିଛି ଦିନ ହେବ ପୁଅର ଆଧାର କାର୍ଡ ନଥିବାରୁ ଦୁଇ ମାସ ବନ୍ଦ ହଇଯାଇଥିଲା | ତାଙ୍କୁ ଭତ୍ତା ମଧ୍ୟ ଦିଆଯାଉନଥିଲା ଗାଁ ଲୋକମାନେ ଏସବୁ ଜାଣିବା ପରେ ଗ୍ରାମବାସୀ ମାନେ ବି.ଡି.ଓ ବଂଶୀଧର ଖୋସଲା ଙ୍କୁ ଗିରିଵାରୀ ନାୟକ ଙ୍କୁ ଭତ୍ତା ଦେବାକୁ କହିଥିଲେ | ଏହାପରେ ଗିରିଵାରୀ ନାୟକ ଙ୍କୁ ଭତ୍ତା ମିଳିଥିଲା | ପୁଅ ଚତୁର୍ଥ ଶ୍ରେଣୀରେ ପଡିବା ସମୟରେ କୌଣସି ଏକ ଦୈବୀ ଦୁର୍ଘଟଣା ଘଟି ଯାଇଥିବାରୁ ଏଭଳି ବିକଳାଙ୍ଗ ହୋଇଯାଇଥିଲେ | ଏହି ଦୁର୍ଘଟଣା ପରେ ବାପା ମା ମିଶି ବହୁ ଜାଗାରେ ପୁଅକୁ ଭଲ କରିବାକୁ ଚେଷ୍ଟା କରିଥିଲେ ସେଥି ମଧ୍ୟରୁ ବ୍ରହ୍ମପୁର,ଆମ୍ବପୁଆ ଯାଇ ଟଙ୍କା ପଇସା ସରାଇଲେ କିନ୍ତୁ ପୁଅଟି ଭଲ ହୋଇପାରିଲା ନାହିଁ | ଶେଷରେ ବାପା ଚାଲିଗଲେ ଦୁଇ ଭଉଣୀ ବାହାଘର ସରିଗଲା | ଶେଷରେ ମା ର ମୁଣ୍ଡରେ ବୋଝ ଲଦି ହୋଇଯାଇଛି ଏ ବୟସରେ ଗିରିଵାରୀ ନାୟକ ନିଜର ଯତ୍ନ ଠିକ ସେ ନ ନେଇ ପାରୁଥିବା ସମୟରେ ପୁଅର ଯତ୍ନ ଦୀର୍ଘ ୨୫ ବର୍ଷ ହେଲା ନେଉଛନ୍ତି | ପୁଅର ଗୋଡ଼ରେ ଶିଙ୍କୁଳି ପକାଇ ଘରେ ବାନ୍ଧି ତାର ସବୁ ଯତ୍ନ ନେଉଛନ୍ତି ମା | ଗାଧେଇବା,ଖୁଆଇବା,ଏପରି କି ଝାଡା ଫେରିଲେ ମଧ୍ୟ ମା ସଫା କରୁଛନ୍ତି ମା | ସାହାଯ୍ୟ କରିବା ତ ଦୂରର କଥା ତାଙ୍କୁ ପଦେ କେହି ଆହା କରିବାକୁ ପାଖରେ ନାହାନ୍ତି | ମାଟି କୁଡ଼ିଆରେ ଜୀବନ କାଟୁଛନ୍ତି ମା ଓ ପୁଅ | ରହିବାକୁ ଘର କି ଲେଟିନ ଖଣ୍ଡେ ନାହିଁ ସେମାନେ ଏମିତି ଏକ ଦୁଃଖଦ ପରିସ୍ଥିତି ଦେଇ ଗତି କରୁଥିବାରୁ ସେଠାକାର ଗ୍ରାମବାସୀ ମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ନିରଞ୍ଜନ ନାୟକଙ୍କ ପରିବାରକୁ ଘର ଓ ଲେଟିନ ଖଣ୍ଡେ ଯୋଗାଇଦେଇ ତାଙ୍କ ପରିବାରକୁ ସାହାଯ୍ୟର ହାତ ବଢାନ୍ତୁ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ