୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ଯୁବକ ଗିରଫ

ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଅବକାରୀ ବିଭାଗ ଓ ଜଗତସିଂହପୁର ପୋଲିସଙ୍କ ଉଦ୍ୟମରେ ଜଣେ ଯୁବ ବ୍ରାଉନ ସୁଗାର ବେପାରୀ ଧରାପଡିଛି । ଜଗତସିଂହପୁର ତର୍ତ୍ତଙ୍ଗ ଗ୍ରାମର ପ୍ରଭାତ ରଞ୍ଜନ ମହାପାତ୍ର ନାମକ ଜଣେ ୨୯ ବର୍ଷର ନିଶା ମାଫିଆକୁ ଧରି ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ଏକ ବଡଧରଣର ସଫଳତା ଲାଭକରିଛନ୍ତି । ସଂପୃକ୍ତ ଯୁବକ ଠାରୁ ୩୦୦ଗ୍ରାମ ଧଳା ଜହର ଯାହାର ଆନୁମାନିକ ମୂଲ୍ୟ ୩୦ଲକ୍ଷ ହେବ । ଜଣାଯାଏ ଉକ୍ତ ଯୁବକ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଏହି ନିଶା କାରବାର କରୁଥିଲେ । ସେଠାରେ ବ୍ୟବସାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଓ ଧଡପଗଡ ଅଧିକ ହେବାରୁ ସେ ଜଗତସିଂହପୁରକୁ ନିରାପଦ ମଣି ଜିଲ୍ଲାର ୮ଗୋଟି ବ୍ଲକରେ ନିଜ ବ୍ୟବସାୟୀର କାୟା ବିସ୍ତାର କରିଥିବାର ସୂଚନା ମିଳିଛି । ଏବେ ତାଠାରୁ ଅଧିକ ତଥ୍ୟ ସଂଗ୍ରହ କରିବା ନିମନ୍ତେ ପୋଲିସ୍ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ