୩୦ଲକ୍ଷ ୟୁନିଟ ଏମଏସଏମଇ ଓ ଅନ୍ୟ ବ୍ୟବସାୟିକ ସଂସ୍ଥା ଲାଭାନ୍ବିତ ହେବେ

ନୂଆଦିଲ୍ଲୀ : ସରକାରୀ ଗ୍ୟାରେଣ୍ଟିରେ ଯୋଗାଇ ଦିଆଯାଉଥିବା ଶତପ୍ରତିଶତ ଜରୁରିକାଳିନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ) ଅନ୍ତର୍ଗତ ଜୁନ ୨୬, ୨୦୨୦ ସୁଦ୍ଧା ଘରୋଇ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ୧ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ଋଣକୁ ମଞ୍ଜୁରି ମିଳିଛି। ଏଥିମଧ୍ୟରୁ ୪୫,୦୦୦ କୋଟି ଟଙ୍କାର ଋଣ ବଣ୍ଟନ କରାଯାଇସାରିଲାଣି। ଲକଡାଉନ ପରେ ୩୦ ଲକ୍ଷ ୟୁନିଟ ଏମଏସଏମଇ ଓ ଅନ୍ୟ ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ସେମାନଙ୍କ ବ୍ୟବସାୟ ଆରମ୍ଭ କରିବାରେ ଏହା ସହାୟକ ହୋଇପାରିବ। ଇସିଏଲଜିଏସ ଅଧୀନରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ୫୭,୫୨୫.୪୭କୋଟି ଟଙ୍କା ଏବଂ ଘରୋଇ ବ୍ୟାଙ୍କଗୁଡ଼ିକ ୪୪,୩୩୫.୫୨ କୋଟି ଟଙ୍କାର ଋଣ ମଞ୍ଜୁର କରିସାରିଛନ୍ତି। ଏହି ଯୋଜନାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ପିଏନବି, କାନାରା ବ୍ୟାଙ୍କ, ଏବଂ ଏଚଡିଏଫସି ଅଧିକ ପରିମାଣର ଋଣ ମଞ୍ଜୁର କରିଛନ୍ତି। ଆତ୍ମନିର୍ଭର ପ୍ୟାକେଜର ଅଂଶବିଶେଷ ସ୍ବରୂପ ଏମଏସଏମଇ ଓ କ୍ଷୁଦ୍ର ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ଅତିରିକ୍ତ 3 ଲକ୍ଷ କୋଟି ଟଙ୍କାର ଋଣ ଯୋଗାଇ ଦେବାକୁ ଭାରତ ସରକାର ଘୋଷଣା କରିଥିଲେ। ଏଭଳି ଉଦ୍ୟୋଗଗୁଡ଼ିକ ଧାର୍ଯ୍ୟ ସୁଧ ଦରରେ ସେମାନଙ୍କର ବର୍ତ୍ତମାନର ଋଣର ପରିମାଣର ୨୦ ପ୍ରତିଶତ ଅତିରିକ୍ତ ଋଣ ନେଇପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ