୩୦ ଲିଟର ବାହାର ରାଜ୍ୟର ବିଦେଶୀ ମଦ ଜବତ ସହିତ ୨ ଗିରଫ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ମୟୁରଭଞ୍ଜ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହଁର ଙ୍କ ନିର୍ଦେଶକ୍ରମେ ଉପ ଅଧିକ୍ଷକ ସୌମ୍ୟରଂଜନ ବେହେରା ଙ୍କ ତତ୍ୱାବଧାନ ରେ କରଞ୍ଜିଆ ଅବକାରୀ ନିରୀକ୍ଷକ ସଞ୍ଜୟ କୁମାର କାଣ୍ଡି ଙ୍କ ନେତୃତ୍ୱ ରେ କରଞ୍ଜିଆ ଅବକାରୀ ଓ. ଆଇ. ସି ରଶ୍ମିରଂଜନ ନାଏକ, ଏଏସଆଇ ଫୁଲମଣୀ ନାଏକ କନେଷ୍ଟବଳ ପୀତନାଥ ମୁର୍ମୁ, ଅଂଶୁମାନ ପରିଡା, ଆଲୋକ ସୁତାର ଙ୍କ ସହଯୋଗ ରେ କୌଣସି ସୂତ୍ରରୁ ଖବର ପାଇ ଯଶିପୁର ଥାନା କପ୍ତିରା ଗ୍ରାମର ଭୁବନ ମୋହନ ସେଠୀ ବାଇକ ଯୋଗେ ରାଜ୍ୟ ବାହାରୁ କରଞ୍ଜିଆ କୁ ଆଣୁଥିବା ପନ୍ଦର ଲିଟର ବିଦେଶୀ ମଦ କୁ ଜବତ କରିବା ସହିତ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା ସେହିପରି କରଞ୍ଜିଆ ବସଷ୍ଟାଣ୍ଡ ନିକଟ ଭାଇ ଭାଇ ହୋଟେଲ ରେ ଚଢ଼ାଉ କରି ସେଠାରୁ ମଧ୍ୟ ବାହାର ରାଜ୍ୟ ର ପନ୍ଦର ଲିଟର ବିଦେଶୀ ମଦ ଜବତ କରିବା ସହିତ ହୋଟେଲ ମାଲିକ ରଞ୍ଜିତ ବେହେରା ଙ୍କୁ ଗିରଫ କରିଥିବା ଏବଂ ଉଭୟ ଆସାମୀ ଙ୍କୁ ଗିରଫ ପରେ କେଶ ନଂ ୧୯୨/୨୪/୨୫ ଓ କେଶ ନମ୍ବର ୧୯୩ /୨୪/୨୫ ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଏବଂ ଜବତ ବାହାର ରାଜ୍ୟ ର ମଦ ଗୁଡିକ ର ସାମ୍ପୁଲ ଟେଷ୍ଟ ନିମନ୍ତେ ପଠାଯାଇଥିବା ସୂଚନା କରଞ୍ଜିଆ ଅବକାରୀ ଓ.ଆଇ.ସି ରଶ୍ମିରଂଜନ ନାଏକ ସୂଚନା ଦେଇଛନ୍ତି.