୩୧ଟି ପଞ୍ଚାୟତରେ ବିଜେଡି ସଭାପତି ନିର୍ବାଚିତ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକର ୩୧ଟି ଯାକ ପଞ୍ଚାୟତରେ ବିଜେଡି ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଆଜି ବଞ୍ଚୋ ଦଧିବାବନଜୀୟୁଙ୍କ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଏହି ନିର୍ବାଚନରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲା ବିଜେଡିର ନିର୍ବାଚନ ଅଧିକାରୀ ସଞ୍ଜୟ କୁମାର ମିଶ୍ର, ନିର୍ବାଚନ ସଂଯୋଜକ ପ୍ରଫୁଲ କୁମାର ସାହୁ, ହାଟଡିହି ବ୍ଲକ ନିର୍ବାଚନ ଅଧିକାରୀ ବସନ୍ତ କୁମାର ପଢ଼ିଆରୀଙ୍କ ଉପସ୍ଥିତିରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ଶାସଙ୍ଗ ପଞ୍ଚାୟତର ସଭାପତି ଭାବେ ଇଂ ରବିନ୍ଦ୍ର କୁମାର ସାହୁ, ବଞ୍ଚୋ ପଞ୍ଚାୟତର ସଭାପତି ଭାବେ ପ୍ରଭାକର ଖଣ୍ଡା, ଅକରୁଆ ପଞ୍ଚାୟତର ବିଶ୍ୱନାଥ ଖଟୁଆ, ପଞ୍ଚୁଗୋଛିଆ ପଞ୍ଚାୟତର ପ୍ୟାରୀମୋହନ ମଲ୍ଲିକ, ଗେଡମା ପଞ୍ଚାୟତର ବ୍ରଜ କିଶୋର ଜେନା, ଡଅଁର ପଞ୍ଚାୟତର ରଞ୍ଜନ ପହି, ଇଞ୍ଚୋଳ ପଞ୍ଚାୟତର ଅଭିମନ୍ୟୁ ସେଠୀ, ସୁଲଣ ପଞ୍ଚାୟତର ଲକ୍ଷ୍ମୀଧର ଜେନା, କଳିଗାଁ ପଞ୍ଚାୟତର ଦାମୋଦର ଘଡେଇ, ବାଙ୍ଗୋର ପଞ୍ଚାୟତର ପବିତ୍ର ମୋହନ ପେଡା, ବାଲିବରେଇ ପଞ୍ଚାୟତର ଶତୃଘ୍ନ ପାତ୍ର, ପଢ଼ିଆରିପଲ୍ଲୀ ପଞ୍ଚାୟତର ଆନନ୍ଦ ରାଉତ, ସୋସୋ ପଞ୍ଚାୟତର ନାରାୟଣ ଚନ୍ଦ୍ର ବିଶ୍ୱାଳ, ପନ୍ଦାଡୋ ପଞ୍ଚାୟତର ନକୁଳ ଜେନା, ଷଡଙ୍ଗ ପଞ୍ଚାୟତର ଶ୍ରୀକାନ୍ତ ସେନାପତି, ହାଟଡିହି ପଞ୍ଚାୟତର କାମପାଳ ନାୟକ, ମରୈଗାଁ ପଞ୍ଚାୟତର ଧୁସାଶାନ ସାହୁ, ବଡରମ୍ପାସ ପଞ୍ଚାୟତର ଉପେନ୍ଦ୍ର ସେନାପତି, ସଢ଼ା ପଞ୍ଚାୟତର ରବିନ୍ଦ୍ର ଜେନା, ଜମ୍ଭୀରା ପଞ୍ଚାୟତରଚଣ୍ଡୀ ପ୍ରସାଦ ରାଉତ, ଧନୁର୍ଜୟପୁର ପଞ୍ଚାୟତର ଶରତ ଚନ୍ଦ୍ର ପୃଷ୍ଟି, ଢ଼େଙ୍କା ପଞ୍ଚାୟତର ନାରାୟଣ ବେହେରା, କେ ବାଲିପାଳ ପଞ୍ଚାୟତର ଶ୍ରୀରାମ ନାୟକ, ହାବଳେଶ୍ୱର ପଞ୍ଚାୟତର ରମାକାନ୍ତ ନାୟକ, ଆଇତିପୁର ପଞ୍ଚାୟତର ସୂର୍ଯ୍ୟମଣୀ ବେହେରା, ସମଣା ପଞ୍ଚାୟତର ଧୁଶାସନ ବେହେରା, ହଦଗଡ ପଞ୍ଚାୟତର ଅଭିମନ୍ୟୁ ନାଏକ, ଆମ୍ବୋ ପଞ୍ଚାୟତର ପ୍ରଦ୍ୟୁମ୍ନ ପଣ୍ଡା, ଓରାଳି ପଞ୍ଚାୟତର ଫକିର ଚରଣ ରାଉତ, ଶାଳଣିଆଁପଞ୍ଚାୟତର ପ୍ରଫୁଲ ଚନ୍ଦ୍ର ପେଡା ପ୍ରମୁଖ ନିର୍ବାଚିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବଞ୍ଚୋର ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ପୁର୍ବତନ ସାଂସଦ ପ୍ରତିନିଧି ରତିକାନ୍ତ ରାଉତ, ପୁର୍ବତନ ଆନନ୍ଦପୁର ପୌରାଧ୍ୟକ୍ଷ ଶାନ୍ତନୁ କୁମାର ସେଠୀ, ଜିଲ୍ଲାପରିଷଦ ସୁରେନ୍ଦ୍ର କୁମାର ଜେନା, ଚିନ୍ମୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ