୩୧୫୭ କେଜି ଗଞ୍ଜେଇ ଜବତ ଘଟଣା : ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ଗିରଫ

ସାନଖେମୁଣ୍ଡି (ପଦ୍ମଲୋଚନା ପାଣିଗ୍ରାହୀ): ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ଅପାରାଧୀ ମୂଳକ କାର୍ଯ୍ୟକୁ ଦମନ କରିବା ଏବଂ ଚୋରାଚାଲାଣ କରୁଥିବା ମାଫିଆଙ୍କୁ ସାବାଡ କରିବା ପାଇଁ ଜାରି ରଖିଛନ୍ତି କମ୍ବିଂ ଅପରେସନ । ପୋଲିସ ତରଫରୁ କେତେବେଳେ ନକଲି ଗୁଟଖା କାରଖାନା ତ କେତେବେଳେ ନକଲି ପାନୀୟଜଳ ଫ୍ୟାକ୍ଟ୍ରି ଉପରେ ଅତର୍କିତ ଚଢ଼ାଉ କରାଯାଇ ଅପରାଧୀଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ନଜର ଆସୁଥିବା ବେଳେ ଗତ ମାସରେ ସାନଖେମୁଣ୍ଡି ବ୍ଲକ ଟି . ଗୋବିନ୍ଦପୁର ପଞ୍ଚାୟତର ତପ୍ତପାଣି ନିକଟସ୍ଥ ଖପରାଗଣ୍ଡ ଗ୍ରାମର ସନ୍ତୋଷ ମଲ୍ଲିକଙ୍କ ଘରେ ପାଟପୁର ପୋଲିସ ଅତର୍କିତ ଚଢ଼ାଉ କରି ୩୧୫୭ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି । ଏହି ଚଢାଉ ସମୟରେ ପୋଲିସ ଅଭିଯୁକ୍ତ ସନ୍ତୋଷକୁ ଗିରଫ କରିବା ସହ ଗଞ୍ଜେଇ ପ୍ଯାକିଙ୍ଗ ମେସିନକୁ ମଧ୍ୟ ଜବତ କରିବାରେ ସକ୍ଷମ ହୋଇପାରିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡିପିଓ ଉମାଶଙ୍କର ସିଂ ସୂଚନା ଦେଇଥିଲେ । ଖବରନୁଯାୟୀ , ଅଭିଯୁକ୍ତ ସନ୍ତୋଷ ଦୀର୍ଘଦିନ ହେଲା ବେଆଇନ ଭାବେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଗଜପତି ଓ କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଆଣି ଘରେ ସ୍ଥଗିତ ରଖି ରାତାରାତି ଚୋରାଚାଲାଣ କରୁଥିବା ଜଣାପଡିଛି । ତେବେ ସନ୍ତୋଷଙ୍କ ଏହି ଗଞ୍ଜେଇର ବାସ୍ନା ଗଞ୍ଜାମ , ଗଜପତି , କନ୍ଧମାଳ ଏବଂ ରାଜ୍ୟ ବାହାର ପର୍ଯ୍ୟନ୍ତ ଲମ୍ବିଥିବା ସୂଚନା ମିଳିପାରିଛି । ସନ୍ତୋଷ ଘରେ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ୮୧ ଗୋଟି ଜରିବସ୍ତା ସାହାଯ୍ୟରେ ପ୍ଯାକିଙ୍ଗ କରି ରାଜ୍ୟ ବାହାରକୁ ପଠାଇବା ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ ବିଶେଷ ସୁତ୍ରରୁ ପାଟପୁର ପୋଲିସ ଖବରପାଇ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ସ୍ଥାନୀୟ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଓ ପୋଲିସ କର୍ମଚାରୀମାନେ ଗ୍ରାମରେ ଅତର୍କିତ ଚଢ଼ାଉ କରି ଗଞ୍ଜେଇକୁ ଜବତ କରିବା ସହ ସନ୍ତୋଷକୁ ଗିରଫ କରିଥିଲା । ତେବେ ଗଞ୍ଜେଇର ମାପ କରିବା ପରେ ଗଞ୍ଜେଇର ପରିମାଣ ୩୧୫୭ କେଜି ହୋଇଥିଲା । ଏହି ସଂକ୍ରାନ୍ତରେ ଅଭିଯୁକ୍ତଙ୍କ କହିବାପ୍ରକାରେ , ଏହି ଗଞ୍ଜେଇ ଚୋରାଚାଲାଣ କାରବାରରେ ଅନେକ ସଂପୃକ୍ତ ରହିଥିବା ବେଳେ ସେ ଗଞ୍ଜେଇ ସଂରକ୍ଷିତ ଭାବେ ରଖିବା ନିମନ୍ତେ ମାସିକ ୩୦ ହଜାର ଟଙ୍କା ନେଉଥିବା ପୋଲିସ ଆଗରେ ମତ ପ୍ରକାଶ କରିଥିଲା । ଏନେଇ ପାଟପୁର ଥାନା ମାମଲା ନଂ ୨୧୩ /୨୦୨୧, ଦଫା ୨୦(ବି) ଆଇଆଇ(ସି)/୨୫/୨୯ ଏନ୍ ଡିପିଏସ୍ ଅନୁଯାୟୀ ସନ୍ତୋଷଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ଜିଲ୍ଲା ଦୌରାଜଜ କୋର୍ଟକୁ ଚାଲାଣ କରିଥିଲା ପାଟପୁର ପୋଲିସ । ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବ୍ରହ୍ମପୁର ଜେଲ୍ ହାଜତକୁ ପଠାଇ ଯାଇଥିଲା । ତେବେ ଅନ୍ୟ ଅପରାଧୀଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ତଦନ୍ତ କରୁଥିବା ବେଳେ ମଙ୍ଗଳବାର ପାଟପୁର ଥାନା କେଶ ନମ୍ବର ୨୧୩ /୨୦୨୧ ରେ ଅନ୍ୟତମ ମୂଖ୍ୟ ଅଭିଯୁକ୍ତ ଶିବସଙ୍କର ଦୋରା ଓରଫ ପାଣ୍ଡା ଗିରଫ, ତାକୁ ଆଜି ବ୍ରହ୍ମପୁର ଜିଲ୍ଳା ଜର୍ଜ ଙ୍କ କୋର୍ଟ ରେ ହାଜର କରାଯାଇଥିଲା ଜାମିନ ନା ମଞ୍ଜୁର ବ୍ରହ୍ମପୁର ଜେଲ କୁ ପଠା ଯାଇଛି।ସୂଚନା ଦେଇଛନ୍ତି ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ