୩୧ ଜାନୁଆରୀ ସୁଦ୍ଧା e-KYC ନ କଲେ କଟିଯିବ ରାସନ କାର୍ଡ
ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ରାସନ୍ କାର୍ଡ ନେଇ ଡେଡ୍ଲାଇନ୍ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। ୩୧ ଜାନୁଆରୀ ସୁଦ୍ଧା e-KYC ନ କଲେ କଟିଯିବ ରାସନ କାର୍ଡ। ଏବେ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ କରି ନାହାନ୍ତି e-KYC।ବାହାର ରାଜ୍ୟରେ ଥିବା ଲୋକଙ୍କର ଅଫିସର e-KYC କରୁଛନ୍ତି । e-KYC ସରିବା ପରେ ନୂଆ ରାସନ କାର୍ଡ ମିଳିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।ଇ-କେୱାଇସି ସରିବା ପରେ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ। ପୂର୍ବରୁ ମଧ୍ୟ ସରକାର ଇ-କେୱାଇସି କରିବା ପାଇଁ ସୂଚନା ଦେଇଥିଲେ ।ସୂଚନା ଅନୁସାରେ ଅଗଷ୍ଟ ମାସରୁ ରାସନ କାର୍ଡ ପାଇଁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ବାହାରେ ଥିବା ହିତାଧିକାରୀମାନେ ମଧ୍ୟ ଇ-କେୱାଇସି କରିଛନ୍ତି ।