୩୧ ତମ ଖଙ୍କିରା କପ

ଢେଙ୍କାନାଳ, (ତାପସଦାସ): ମାରୁତି ସ୍ପୋର୍ଟସ ଆସୋସିଏସନ , ଖଙ୍କିରା ସହିତ ମାର୍ଥପୁର କ୍ରିକେଟ କ୍ଳବ ଗ୍ରାଣ୍ଡ ଫାଇନାଲ ମ୍ୟାତ୍ଚ ଅନୁଷ୍ଠିତ ହୋଇଥିଲା । ଟସ ଜିତି ମାରୁତି ସ୍ପୋର୍ଟସ ଆସୋସିଏସନ ବ୍ୟାଟିଙ୍ଗି କରିବାକୁ ପଡିଆ କୁ ଓଲ୍ହାହି ଥିଲା । ନିର୍ଦ୍ଧାରିତ ୨୦ ଉଭର ଚନ୍ଦନ ମହାପାତ୍ରଙ୍କ ଧୂଆଁଧାର ୩୯ ବଳରେ ୭୯ ରନ ସହ ପୂର୍ବତନ ଅଧିନାୟକ ନାରାୟଣ ସିଂ ଙ୍କ ଉପଯୋଗୀ ୪୬ ରନ ରେ ୨୦୧ କରିଥିଲା । ତାର ପ୍ରତିଜବାବରେ ପ୍ରାରମ୍ଭିକ ବିସ୍ପୋରକ ବ୍ୟାଟିଂ କରିଥିଲେ ବି ୨୦ ଓଭର ୩ ବଲ ଥାଇ ୧୯୧ ରନରେ ସମସ୍ତ ବ୍ୟାଟ୍ସମ୍ୟାନ ଆଉଟ ହେଇଥିଲେ । ମାରୁତି ସ୍ପୋର୍ଟସ ର ଚନ୍ଦନ ମ୍ୟାନ ଅପ ମ୍ୟାଚ ହେଇଥିବା ବେଳେ ଅଧିନାୟକ ସ୍ମୃତି ରଞ୍ଜନ ଜେନା ମ୍ୟାନ ଅପ ସିରିଜି ହେଇଥିଲା । ସ୍ମୃତି ଙ୍କ ପ୍ରଥମ ମ୍ୟାତ୍ଚ ରେ ୧୦୬ ରନ , ଦ୍ୱିତୀୟ ମ୍ୟାଚ ୬୫ ଓ ଗ୍ରାଣ୍ଡ ଫାଇନାଲରେ ୩ ଗୋଟି ଉଇକେଟ ନେଇ ଥିଲେ । ଆସିସି ସେଠି ୧୯ ତମ ଓଭରରେ ଚମତ୍କାର ବୋଲିଂ କରି ମାର୍ଥପୁର ପାଟିରୁ ମ୍ୟାଚ କୁ ଛଡାଇ ଆଣିଥିଲେ । ଶେଷ ଓଭରରେ ୧୮ ରନ ଥିଲା ବେଳେ ଅଧିନାୟକ ସ୍ମୃତି ମାର୍ଥପୁର ଦଳର ୨ ଗୋଟି ଉଇକେଟ ନେଇ ମାରୁତି ସ୍ପୋର୍ଟସ କୁ ଚମ୍ପିୟାନ କରିବାରରେ ମୁଖ୍ୟ ଭୂମିକା ଗ୍ରହଣ କରି ୩୧ ବର୍ଷ ଖଙ୍କିରା କପ ଇତିହାସରେ ପ୍ରଥମ କରି ମାରୁତି ସ୍ପୋର୍ଟସ ଆସୋସିଏସନ କୁ ଚମ୍ପିୟାନ ସ୍ୱାଦ ଚଖାଇ ଥିଲେ । ମୁଖ୍ୟ ଅତିଥି ରୂପେ ଗଡ଼ ଖଙ୍କିରା ମା ତାରିଣୀ ମନ୍ଦିରର ପ୍ରତିଷ୍ଠାତା ତଥା ସ୍ପର୍ଶ ହସ୍ପିଟାଲ ନିର୍ଦ୍ଦେଶକ ପ୍ରିୟବ୍ରତ ଧୀର ଓ ଗ୍ରାମର ହେମନ୍ତ ବ୍ରହ୍ମ , ବାଦଲ ଦାସ , ଆଲୋକ ସିଂ , ପ୍ରସନ୍ନ ମହାପାତ୍ର , ପ୍ରସନ୍ନ ପତି , ସ୍ଥାନୀୟ ସରପଞ୍ଚ ଉପସ୍ଥିତ ଥିଲେ । ଖେଳ ପରିଚାଳନା କରିଥିଲେ ତାପସ ବାରିକି , ଘୋଷକ ରାଜେଶ ସାହୁ , ମନୋଜ ବ୍ରହ୍ମା , ଅଜୟ ସାହୁ , ଚିକୁ ଭୂୟାଁ ସ୍କୋର : ସ୍ୱଙ୍ଗ ପ୍ରକାଶ ସାହୁ , ରାହୁଲ ଦାସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ