୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଟ୍ରେନ
ଭୁବନେଶ୍ବର : ଆଜି ରେଳବିଭାଗ ତରଫରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁସାରେ ଆସନ୍ତା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ରେଳ ଚଳାଚଳ ବନ୍ଦ ରହିବ। ତେବେ ରାସ୍ତାରେ ଥିବା ଟ୍ରେନଗୁଡିକ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ତାହା ବନ୍ଦ ହେବ। କରୋନା ଭାଇରସକୁ ପ୍ରତିରୋଧ କରିବା ପାଇଁ ରେଳ ବିଭାଗ ଏପରି ନିଷ୍ପତ୍ତି ନେଇଛି। ପୂର୍ବରୁ ବିଭାଗ କେବଳ ଜନତା କର୍ଫ୍ୟୁ ପାଇଁ ଗୋଟିଏ ଦିନ ବନ୍ଦ ରଖିଥିଲା। ହେଲେ ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି।
ଏଥିରେ ସମସ୍ତ ପ୍ରକାରର ଟ୍ରେନ ଯଥା ମେଲ, ଏକ୍ସପ୍ରେସ, ପ୍ୟାସେଞ୍ଜର ଏବଂ ଲୋକାଲ ଟ୍ରେନ ମଧ୍ୟ ସାମିଲ ରହିଛି। ତେବେ ଯାତ୍ରୀଙ୍କୁ ଦୃଷ୍ଟିରେ ରଖି କୋଲକାତା ପରି କେତେକ ସ୍ଥାନରେ ଲୋକାଲ ଟ୍ରେନ ଚଳାଚଳରେ କୋହଳ କରାଯାଇଛି। ଆଜି ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ଯେଉଁ ଯାତ୍ରୀମାନେ ଟିକେଟ ବୁକିଂ କରିଥିଲେ ସେମାନେ ଟଙ୍କା ଫେରସ୍ତ ପାଇଁ ବିଭାଗ ତରଫରୁ କୋହଳ ନିତି ପ୍ରଣୟନ କରାଯାଇଛି। ବର୍ତ୍ତମାନ ୨୧ ତାରିଖ ସୁଦ୍ଧା ଯେଉଁମାନେ ଟିକେଟ କାଟିଥିବେ ସେମାନଙ୍କ ପୁରୀ ଟଙ୍କା ଫେରସ୍ତ କରାଯିବ ବୋଲି ଘୋଷଣା କରାଯାଇଛି।