୩୧ ଯାଏଁ ହାଇକୋର୍ଟ ଆସିବେନି ଓକିଲ

ଭୁବନେଶ୍ବର : କରୋନା ସତର୍କତା ନେଇ ହାଇକୋର୍ଟ ଓକିଲ ସଂଘ ନିଷ୍ପତ୍ତି ନେଇଛି । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ନ କରିବାକୁ ସଂଘର ନିଷ୍ପତ୍ତି । ଭିଡ ଏଡାଇବାକୁ କୋର୍ଟ ନ ଆସିବାକୁ ନିଷ୍ପତ୍ତି ନେଲେ ଓକିଲ । ଭିଡରୁ ସଂକ୍ରମଣ ବ୍ୟାପୁଥିବାରୁ ଓକିଲଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି । ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାକୁ ନେଇ ଅଧିକ ସତର୍କ ହୋଇ ଯାଇଛନ୍ତି ରାଜ୍ୟ ସରକାର । ଏହାର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ମଧ୍ୟ ମଙ୍ଗଳବାରଠାରୁ କେବଳ ଜରୁରୀ ମାମଲାରେ ଶୁଣାଣି କରିବେ ବୋଲି ଘୋଷଣା କରିଥିଲେ। କୋର୍ଟ କୋଠରୀ ଭିତରେ ଏବଂ ବାହାରେ ଜନସମାଗମକୁ ଏଡ଼ାଇବାକୁ କୋର୍ଟ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ