୩୨ତମ ଚାରଣ ପ୍ରବର୍ଯ୍ୟା ଉଦ୍‌ଯାପିତ

ହାଟଡିହି, (ବିକାଶ ବିଶ୍ୱାଳ):ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀର ୯ଦିନ ଧରି ଚାଲିଥିବା ୩୨ତମ ଚାରଣ ପ୍ରବର୍ଯ୍ୟା ଶାସଙ୍ଗ ଗ୍ରାମରେ ଉଦଯାପିତ ହୋଇଯାଇଛି । ଗତ ୨୪ତାରିଖଦିନ ଆନନ୍ଦପୁର ଦଧିବାବନ ମନ୍ଦିରରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଆଜି ଶାସଙ୍ଗରେ ଉଦଯାପିତ କରାଯାଇଥିଲା । କେନ୍ଦୁଝର ଚାରଣ ସଂଗଠନ ପକ୍ଷରୁ ଆଜି ସକାଳୁ କଳଶ ଯାତ୍ରା ଗ୍ରାମ ପରିକ୍ରମା କରିବାପରେ ଭାଗବତ ଟୁଙ୍ଗୀ ନିକଟସ୍ଥ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ଚାରଣର ରୀତିନିତୀ ଅନୁଯାଇ ଭାଗବତୀୟ ଧାରାରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ବିଷ୍ଣୁ ସହସ୍ର ନାମ ପାଠ କରାଯାଇ କେନ୍ଦ୍ରୀୟ ପ୍ରବଚକ ମାନସ ଭାଇ ଜଗନ୍ନାଥ ଭାଗବତ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ସଂଗଠକ ନବ କିଶୋର ଭଟ୍ଟ, ତପନ କୁମାର ନାୟକ ଓ ଅଞ୍ଚଳ ସଂଗଠକ ବିଚିତ୍ରାନନ୍ଦ ଦାସ, ବାସୁଦେବ ବେହେରା, ଶତୃଘ୍ନ ଭଞ୍ଜ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ଚେତନା ପ୍ରଚାର ପ୍ରସାର ସହିତ ଭାଗବତ ଟୁଙ୍ଗିର ପୁର୍ନଉଦ୍ଧାର ଓ ସୁସ୍ଥ ସମାଜ ଗଠନ କିଭଳି ଗ୍ରାମାଞ୍ଚଳର ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ପରିବ୍ୟାପ୍ତ ହେବ ତାହା ଚାରଣ ଗୋଷ୍ଠୀର ଲକ୍ଷ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ କେନ୍ଦୁଝର ଜିଲ୍ଲାର ସମସ୍ତ ଚାରଣ ଗୋଷ୍ଠୀର ମା ଓ ଭାଇମାନେ ଯୋଗଦେଇଥିଲେ । ଶାସଙ୍ଗ ପଞ୍ଚାୟତର ସରପଞ୍ଚ ତଥା ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ ନିଜେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରୁଥିବାବେଳେ ଶାସଙ୍ଗ ଭାଗବତ ଟୁଙ୍ଗୀର ଚିନ୍ତାମଣି ପାଢ଼ୀ, ମୋହନ ପାଢ଼ୀ, ଦୁର୍ଯ୍ୟାଧନ ବିଶ୍ୱାଳ, ସଞ୍ଜୟ ସ୍ୱାଇଁ, ପ୍ରଫୁଲ କୁମାର ବିଶ୍ୱାଳ, ସଞ୍ଜୀବ ସ୍ୱାଇଁ, ଚୈତନ ଘଡେଇ, ଖଗେଶ୍ୱର ବାରିକ, ଚକ୍ରଧର ସାହୁ, ପ୍ରଫୁଲ ନାୟକ, ରମାକାନ୍ତ ବିଶ୍ୱାଳ, ମଧୁସୁଦନ ସାମଲ, ବୀରଭଦ୍ର ବିଶ୍ୱାଳ, ଉଦୟନାଥ ବାରିକ, ଅଭୟ ବିଶ୍ୱାଳ, ନରହରି କୁଅଁର, ରାଜୁ ସାହୁ, ପ୍ରମୋଦ ସ୍ୱାଇଁ, ଦୁର୍ଗପ୍ରସାଦ ସ୍ୱାଇଁ, ହାଡିବନ୍ଧୁ ବିଶ୍ୱାଳ, ସୁରଥ ବେହେରା, ନିରଞ୍ଜନ ବିଶ୍ୱାଳ ପୁର୍ଣ୍ଣଚନ୍ଦ୍ର ଯେନା, ଭଗବାନ ଯେନା, ସତ୍ୟାନନ୍ଦ ଯେନା, କହ୍ନେଇ ଯେନା, ନରହରି ଯେନା, ପିତାମ୍ବର ଯେନାଙ୍କ ସମେତ ସମସ୍ତ ସଦସ୍ୟ ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ