୩୨ତମ ସଡ଼କ ସୁରକ୍ଷା ପାଳନରେ ଆଲୋଚନା ଚକ୍ର

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କ୍ଷତ୍ରୀୟଵରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ଦ୍ଵାରା ଆୟୋଜିତ ଏବଂ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ୱାରା ପ୍ରାୟୋଜିତ ୩୨ତମ ଜାତୀୟ ସଡକ ସୁରକ୍ଷା ପାଳନ ଅବସରରେ ‘ସର୍ବ ସାଧାରଣ ପରିବହନରେ ମହିଳା ମାନଙ୍କ ସୁରକ୍ଷା ‘ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି |ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ରାଜ୍ୟ ପରିବହନ ଉପ କମିସନର ଲାଲମୋହନ ସେଠି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମ୍ପ୍ରତି ବଦଳି ଥିବା ନିୟମ ସମ୍ପର୍କରେ ଛାତ୍ରୀ ମାନଙ୍କୁ ଅବଗତ କରାଇ ଥିଲେ |ସମ୍ମାନିତ ଅତିଥି ରୂପେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ ଯୋଗ ଦେଇ ପରିବହନ ବିସ୍ତୃତ ନିୟମ ଆଲୋଚନା କରିଥିଲେ |ଜଙ୍ଗଲ ବିଭାଗ ଅବସର ପ୍ରାପ୍ତ କର୍ମଚାରୀ ସୁଳାପାଣି ଶତପଥି ସପତପାଠ କରାଇଥିଲେ | ଜ଼ିଲ୍ଲା ସଂଯୋଜକ ପ୍ରାଧ୍ୟାପକ ବି. ଗୋବିନ୍ଦ ରାଓ ସ୍ୱାଗତ ଭାଷଣ ଦେଇଥିଲେ |ଇଂରାଜୀ ବିଭାଗ ପ୍ରାଧ୍ୟାପକ ଡ଼ ରାଜେନ୍ଦ୍ର ଡାକୁଆ ଧନ୍ୟବାଦ ଦେଇଥିଲେ |ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ଆଳତୀୟା, କପିଳ ସାହୁ, କୁମୁଦ ଚନ୍ଦ୍ର ମହାପାତ୍ର, ବିବେକାନନ୍ଦ କର, ସୁଶାନ୍ତ କୁମାର ଲେଙ୍କା, ଦେବେଶ ଚନ୍ଦ୍ର ମହାପାତ୍ର, ଭାରତୀ ବିଶ୍ୱାଳ, ପିଙ୍କି ପଳାଇ, ରୁନିବାଳା ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ