୩୨ ବର୍ଷ ପରେ ସୋରଡାରେ ଲକ୍ଷ୍ମୀ ପୂଜା ଆରମ୍ଭ

ସୋରଡା,(ରଜନୀ କାନ୍ତ ମହାପାତ୍ର): ଆଡପମଣ୍ଡପ ଠାରେ ଆଡପମଣ୍ଡ ଯୁବକ ସଂଘ ଦ୍ଵାରା ଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି। ଚଳିତ ମାସ ୧୬ ତାରିଖ ରୁ ଆରମ୍ଭ ହୋଇ ଏହି ପୂଜା ଆସନ୍ତା ମାସ ୧୬ ତାରିଖ ରେ ସମାପନ ହେବ । ସୁନ୍ଦର ସାଜସଜା ଓ ମଣ୍ଡପ ରେ ପ୍ରଥମ ଦିନ ରେ ବହୁ ଭକ୍ତ ଙ୍କ ସମାବେଶ ଦେଖିବାକୁ ମିଳିଛି। କାର୍ତ୍ତିକ ମାସ ସରିବା ସହ ବର୍ତମାନ ମାର୍ଗଶିର ମାସ ଆରମ୍ଭ ହେଉଥିବା ଯୋଗୁଁ ଏହି ମାସ ରେ ମାତା ଲକ୍ଷ୍ମୀ ଙ୍କୁ ପୂଜା କରିବା ସହ ଚାରଟି ଗୁରୁବାର ଏଠି ପାଳନ କରାଯିବା ନେଇ କାର୍ଯ୍ୟ କ୍ରମ ରହିଛି। ପ୍ରତିଦିନ ରୀତିନୀତି ପ୍ରକାରେ ଦୈନିକ ପୂଜାର୍ଚନା କରଯାଉଛି। ଦୈନିକ ପ୍ରାତଃ ରୁ ମଙ୍ଗଳ ଆଳତି, ମାଜଣା ସେବା ସହ ବାଳ ଭୋଗ ଓ ମଧ୍ୟାହ୍ନ ଧୂପ ସହ ସନ୍ଧ୍ୟା ଆଳତି ଓ ଭୋଗ ସହ ରାତ୍ର ଭୋଗ ମଧ୍ୟ ମନ୍ଦିର ରୀତିନୀତି ପ୍ରକାରେ ଅନୁଷ୍ଠିତ ହେଉଛି। ପ୍ରତିଦିନ ସନ୍ଧ୍ୟା ରେ ଆଳତି ଦେଖିବା ପାଇଁ ମହିଳାଙ୍କ ଭିଡ ଦେଖିବାକୁ ମିଳୁଛି। ଷୋଡଶ ପୂଜା ଉପଚାର ରେ ମାଁ ଲକ୍ଷ୍ମୀ ଙ୍କ ପୂଜାର୍ଚନା କରାଯାଉଛି। ପ୍ରତି ଗୁରୁବାର ରେ ସ୍ଵତନ୍ତ୍ର ଭୋଗ ଓ ପୂଜା ର ବ୍ୟବସ୍ଥା କରାଯାଇଛି। ଅଧିକ ରୁ ଅଧିକ ମହିଳା ଙ୍କ ଭିଡ କୁ ଦ୍ରୁଷ୍ଟି ରେ ରଖି କିପରି ଶୃଙ୍ଖଳିତ ପୂଜା ହୋଇ ପାରିବ ଏବଂ ଅଧିକ ରୁ ଅଧିକ ମହିଳା ମାଁ ଲକ୍ଷ୍ମୀ ଙ୍କ ପୂଜାର୍ଚନା କରିପାରିବେ ସେଥିପ୍ରତି ସ୍ଵତନ୍ତ୍ର ଦ୍ରୁଷ୍ଟି ଦିଆଯିବ ବୋଲି ଆୟୋଜକ କମିଟି ତରଫରୁ କୁହାଯାଇଛି। । ୩୨ ବର୍ଷ ପରେ ଏଠାରେ ପୁଣିଥରେ ଲକ୍ଷ୍ମୀ ମେଢ ଆୟୋଜନ ହେଉଥିବା ଯୋଗୁଁ ଲୋକଙ୍କ ମନ ରେ ଉସ୍ଚାହ ଭରି ରହିଛି। ସୋରଡା ଓ ଏହାର ଆଖ ପାଖ ଅଞ୍ଚଳ ରେ ଗଜଲକ୍ଷ୍ମୀ ପୂଜା ଗତ ଦଶହରା ପରେ ଆରମ୍ଭ ହୋଇ ସମାପନ ହୋଇଥିବା ବେଳେ ସୋରଡା ରେ ମାର୍ଗସିର ମାସ ଉପଲକ୍ଷେ ମାସ ତମାମ ମାତା ଲକ୍ଷ୍ମୀ ଙ୍କ ପୂଜାର୍ଚନା ପାଇଁ ପଦକ୍ଷେପ ନିଆଯାଇଛି। ସୋରଡା ଆଖପାଖ ଅଞ୍ଚଳ ରେ ଏହା କେବଳ ଗୋଟିଏ ମେଢ ହୋଇଥିବା ଯୋଗୁଁ ପ୍ରତିଦିନ ଏଠାରେ ଭକ୍ତ ଙ୍କ ଭିଡ ଦେଖିବାକୁ ମିଳୁଛି। ଆଡପମଣ୍ଡପ ଯୁବକ ସଂଘ ତରଫରୁ ଭକ୍ତ ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବା ସହ ସମସ୍ତ ରୀତିନୀତି ଯଥା ସମୟ ରେ ସମାପନ ପାଇଁ ପଦକ୍ଷେପ ନିଆଯାଉଛି। ଆଗାମୀ ଦିନ ମାନଙ୍କ ରେ ଏଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କ୍ରମ ମାନ ଆୟୋଜନ କରାଯିବା ର କାର୍ଯ୍ୟ କ୍ରମ ସ୍ଥିରୀକୃତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ