୩୩ ବସ୍ତା ଚାଉଳ ହଡପ, ଅଭିଯୋଗ ଆଣିଲେ ସରପଞ୍ଚ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା)- ଭୋକିଲା ପେଟକୁ ଦାନ ପାଇଁ ସରକାର ୧ ଟଙ୍କିଆ ଚାଉଳ ଯୋଜନା ଆରମ୍ଭ କରିଛନ୍ତି । ହେଲେ କିଛି ଅସାଧୁ କର୍ମଚାରୀଙ୍କ ମାନେ ଏହାକୁ ବିଭିନ୍ନ ବାହାନାରେ ହଡପ କରିଥିବା ଅଭିଯୋଗ ହୋଇଛି । ଆଉ ଏଥିପାଇଁ ଗରିବ ଲୋକମାନେ ଅନେକ ସମସ୍ୟାରେ ପଡିଥାନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଲାଇଲାଇ ପଞ୍ଚାୟତରେ । ଏହି କେନ୍ଦ୍ରରୁ ୩୩ ବସ୍ତା ଚାଉଳ ହଡପ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ଖୋଦ୍ ଏହି ପଞ୍ଚାୟତର ସରପଞ୍ଚ ମନୋଜ ଶବର ସେ କହିଛନ୍ତି ଏହି ସମ୍ବେଦନଶୀଳ ବିଷୟରେ ପ୍ରଶାସନିକ ଅଧିକାରୀ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ । ସୂଚନାଅନୁସାରେ ଗତ ବର୍ଷ ଅକ୍ଟୋବର ମାସରେ ଲଗାଣ ବର୍ଷା ଯୋଗୁ ରାୟଗଡ ବ୍ଲକର ଜିରଂଗ ଏବଂ ଲାଇଲାଇ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହାର ସୁଯୋଗ ନେଇ ଲାଇଲାଇ ପଞ୍ଚାୟତରେ ୩୩ ବସ୍ତା ଚାଉଳ ନଷ୍ଟ ହୋଇଯାଇଥିବା ଦର୍ଶାଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଯୋଗଣ ସହାୟକ ଏହି ଚାଉଳକୁ ହଡପ କରିଥିବା ନେଇ ଅଭିଯୋଗ କରିଛନ୍ତି ସରପଞ୍ଚ । ୩ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଘଟଣା ସମ୍ପର୍କରେ ସରପଞ୍ଚଙ୍କୁ କିଛି ଜଣାଇନଥିଲେ । ମଙ୍ଗଳବାର ଘଟଣାର ତଦନ୍ତ ପାଇଁ ଜିଲ୍ଲା ପଞ୍ଚାୟର ଅଧିକାରୀ ପହଞ୍ଚିବାପରେ ଏହି ବିଷୟରେ ଜାଣିବାପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଲୋକମାନଙ୍କ ପାଇଁ ଆସିଥିବା ଏହି ଚାଉଳ କିପରି ନଷ୍ଟ ହେଲା ଓ ସେହି ଚାଉଳକୁ ସେମାନେ କେଉଁଠି ପୋତିଲେ ସେନେଇ ସରପଞ୍ଚଙ୍କୁ କୌଣସି ଖବର ଦେଇନଥିଲେ । ତେଣୁ ଏହି ଚାଉଳକୁ ହଡପ କରିଥିବା ନେଇ ମନୋଜ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ