୩୪୭ଜଣ ଛାତ୍ରଛାତ୍ରୀ ୫ମଶ୍ରେଣୀ ବୃତ୍ତି ପରୀକ୍ଷା ଦେଲେ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ୩ଟି ପରୀକ୍ଷା କେନ୍ଦ୍ରରେ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୩୪୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୪୩ଜଣ ଅନୁପସ୍ଥିତ ରହିଥିଲେ । ହାଟଡିହି ହାଇସ୍କୁଲରେ ୧୬୧ଜଣଙ୍କ ମଧ୍ୟରୁ ୧୩୬ଜଣ ପରୀକ୍ଷା ଦେଇଥିବାବେଳେ ଶାଳଣିଆଁ ହାଇସ୍କୁଲରେ ଅନୁଷ୍ଠିତ ପରୀକ୍ଷା କେନ୍ଦ୍ରରେ ୧୧୨ଜଣଙ୍କ ମଧ୍ୟରୁ ୧୦୯ଜଣ ପରୀକ୍ଷା ଦେଇଥିବାବେଳେ ବାଲିବରେଇ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୧୭ଜଣଙ୍କ ମଧ୍ୟରୁ ୧୦୨ଜଣ ପରୀକ୍ଷା ଦେଇତôଲେ । ହାଟଡିହି ପରୀକ୍ଷାକେନ୍ଦ୍ରରେ ପ୍ରଧାନ ଶିକ୍ଷକ ଶିଶିର କୁମାର କର ପରୀକ୍ଷା ପରିଚାଳନା କରିଥିବାବେଳେ ଶାଳଣିଆଁ ହାଇସ୍କୁଲରେ ପ୍ରଧାନ ଶିକ୍ଷକ କୋଦଣ୍ଡଧର ମହାନ୍ତି ଓ ବାଲିବରେଇ ହାଇସ୍କୁଲରେ ପ୍ରଧାନ ଶିକ୍ଷୟ୍ରତ୍ରୀ ଅପର୍ଣ୍ଣା ବେହେରା ପରୀକ୍ଷା ପରିଚାଳନା କରିଥିଲେ । ଏବିଇଓ ସୁରେଶ କୁମାର ଜେନା ପରୀକ୍ଷା କେନ୍ଦ୍ର ଗୁଡିକ ବୁଲି ପରୀକ୍ଷା ପରିଚାଳନାର ତଦାରଖ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ