୩୪ ତମ କୋଣାର୍କ ଉତ୍ସବ ଉଦଘାଟିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଅର୍କକ୍ଷେତ୍ର କୋଣାର୍କ ଠାରେ ୩୪ ତମ କୋଣାର୍କ ଉତ୍ସବ ଆନୁଷ୍ଠାନିକ ଭାବେ ଉଦ ଘାଟିତ ହୋଇଥିଲା।ଓ ୧୩ ତମ ଆନ୍ତର୍ଜାତୀୟ ବାଲୁକା କଳା ଆଜି ଠାରୁ ଆରମ୍ଭ ହେଉଛି। ଶୁକ୍ରବାର ସଂଧ୍ୟା ରେ ଉକ୍ତ ଦୁଇ ଉତ୍ସବ ଆନୁଷ୍ଠାନିକ ଭାବେ ଉଦଘାଟନ ହେବ।କୋଣାର୍କ ଉତ୍ସବ ପାଇଁ ବେଶ ଉତ୍ସବମୁଖର ଓ ଚଳଚଞ୍ଚଳ ହୋଇ ଉଠିଛି କୋଣାର୍କ । ଆମ ଦେଶର କଳା ସଂସ୍କୃତିର ପ୍ରଚାର ପ୍ରସାର ଓ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଉଦ୍ଦେଶ୍ୟ ରେ ଆରମ୍ଭ ହୋଇଥିବା କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳାଉତ୍ସବ ପ୍ରତି ବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ଓ ଚନ୍ଦ୍ରଭାଗାର ସ୍ଵର୍ଣ୍ଣାମ ବେଳାଭୂମିରେ ଅନୁଷ୍ଠିତ ହେବ । ଏଥିପାଇଁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ସହ କୋଣାର୍କ ସହର ଓ ଚନ୍ଦ୍ରାଭାଗା ବେଳାଭୂମିକୁ ନୂଆରୂପରେ ସଜ୍ଜିତ କରାଯାଇଛି । ବିଶେଷକରି ସୂର୍ଯ୍ୟ ମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚ ର ମଞ୍ଚ ସଜ୍ଜା,ତୋରଣ ନିର୍ମାଣ ,ଆଲୋକ ସଜ୍ଜା,ଅନ୍ୟାନ୍ୟ ବାହ୍ୟ ସାଜସଜ୍ଜା ସହ ଚନ୍ଦ୍ରଭାଗାରେ ବାଲୁକା କଳା ପ୍ରଦର୍ଶନ ପାଇଁ ବାରିକେଟ ନିର୍ମାଣ ଓ ଆଲୋକିକରଣ, ତୋରଣ ନିର୍ମାଣ କାର୍ଯ୍ୟଶେଷ ହୋଇଛି ।କୋଣାର୍କକୁ ପର୍ଯ୍ୟଟକ ମାନେ ଆସିବା ପାଇଁ ରାଜ୍ୟ ଓଟିଡିସି ପକ୍ଷରୁ ସ୍ଵତନ୍ତ୍ର ପ୍ଯାକେଜ ବ୍ୟବସ୍ଥା ଘୋଷଣା କରାଯାଇଛି । କୋଣାର୍କ ଉତ୍ସବର ପ୍ରଥମ ସନ୍ଧ୍ୟାରେ କଟକର ସୁର ମନ୍ଦିର ଗ୍ରୁପ ପକ୍ଷରୁ ଓଡିଶୀ ଓ ବେଙ୍ଗାଲୁର ଚିଥକଳା ଏକାଡେମୀ ପକ୍ଷରୁ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରାଯାଇଥିଲା।ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ଓ କୋଣାର୍କ ଏନ ଏ ସି ପକ୍ଷରୁ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ , ପାର୍କିଂ ଓ ମିନା ବଜାର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁକ୍ତାକାଶ ରଙ୍ଗମଞ୍ଚ ସହ କୋଣାର୍କ ସହର ଓ ଚନ୍ଦ୍ରାଭାଗା ବେଳାଭୂମିକୁ ନୂଆରୂପରେ ସଜ୍ଜିତ କରାଯାଇଛି । କୋଣାର୍କ ଆଜି ନବବଧୂ ପରି ସଜେଇ ହୋଇଛି। କୋଣାର୍କ ଉତ୍ସବ ଏକ ଗଣପର୍ବ ରେ ପରିଣତ ହୋଇଛି । ଆଜି ପ୍ରଥମ ଉଦଘାଟନୀ ସଂଧ୍ୟା ରେ ଅତିଥି ଭାବେ ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ ପାତ୍ର, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା, ଓ ଟି ଡି ସି ଅଧ୍ୟକ୍ଷ ଲେଲିନ ମହାନ୍ତି , ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, କୋଣାର୍କ ଏନ ଏ ସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ପର୍ଯ୍ୟଟନ ବିଭାଗ ସଚିବ ସଚିନ ରାମ ଚନ୍ଦ୍ର ଯାଦବ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ ରେ ୩୪ ତମ କୋଣାର୍କ ଉତ୍ସବ କୁ ଉଦଘାଟନ କରିଥିଲେ। ଆଜି ଦର୍ଶକ ଗ୍ୟାଲେରୀ ଫାଙ୍କା ପଡ଼ିଥିବା ଦେଖିବାକୁ ମିଳିଥିଲା। ପ୍ରଥମ ସଂଧ୍ୟା ର ଦ୍ଵିତୀୟ ପର୍ଯ୍ୟାୟ ରେ ବେଙ୍ଗାଲୁର ର ଚିଥକଳା ସ୍କୁଲ ଅଫ ଏକାଡେମର ପ୍ରବୀଣ କୁମାର ଓ ସାଥୀ ଙ୍କ ଦ୍ଵାରା ଭାରତନାଟ୍ୟମ ନୃତ୍ୟ ପରିବେଷଣ କରାଯାଇଥିଲା। କୋଣାର୍କ ଉତ୍ସବ କୁମୃତୁଞ୍ଜୟ ମହାପାତ୍ର ଓ ସଂଘତି ପାଣି ସଂଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ