୩୪ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଉଦଘାଟିତ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): କୋଣାର୍କ ସ୍ଥିତ ସ୍ଵର୍ଗତ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ମାନସ ସନ୍ତାନ କୋଣାର୍କ ଅର୍କ ବିହାର ପରିସରରେ ଏକ ଆଧ୍ୟାତ୍ମିକ ଓ ମନୋରମ ପରିବେଶ ମଧ୍ୟରେ ୩୪ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ମହାସମାରୋହରେ ଉଦଘାଟିତ ହୋଇଯାଇଛି। କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ଥିବା ବାବା ବାଲୁଙ୍କେଶ୍ଵର ମନ୍ଦିର ରୁ ଆଜ୍ଞାମାଳ ଅଣାଯିବା ପରେ ଘଣ୍ଟ ମର୍ଦ୍ଦଳ ର ତାଳେ ତାଳେ ଆରମ୍ଭ ହୋଇଥିଲା ଉଦଘାଟନୀ ସନ୍ଧ୍ୟା। ଏହି ଉଦଘାଟନୀ ଉତ୍ସବରେ ଅତିଥି ଭାବରେ ସ୍ବର୍ଗତ ଗୁରୁ ଗଙ୍ଗାଧର ପ୍ରଧାନ ଙ୍କ ଧର୍ମ ପତ୍ନୀ ସୁଲୋଚନା ପ୍ରଧାନ, କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମ ର ଅଧ୍ୟକ୍ଷା ଋକ୍ମଣୀ ଦେଵୀ, ସଭାପତି ଡଃ ରମଣୀ ରଞ୍ଜନ ଜେନା, ସଂପାଦକ ଶିବାଶିଷ ପ୍ରଧାନ, ଯୁଗ୍ମ ସମ୍ପାଦକ ଗୁରୁ ପଦ ବଳିୟାର ସିଂହ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ୩୪ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ କୁ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ। ପରେ ପରେ କୋଣାର୍କ ନାଟ୍ୟ ମଣ୍ଡପ ର କଳାକାର ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା ପଞ୍ଚ ଦେଵ ସ୍ତୃତି। ଏହା ଦ୍ଵାରା କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଉଦଘାଟନୀ ଉତ୍ସବ ର ପ୍ରଥମ ସଂଧ୍ଯା ରେ ଗୁରୁ ଗଙ୍ଗାଧର ପ୍ରଧାନ ଙ୍କ ଶିଷ୍ଯ ଲିଙ୍ଗ ରାଜ ନାୟକ ଙ୍କ ନିର୍ଦ୍ଦେଶନାରେ କୋଣାର୍କ ନାଟ୍ୟ ମଣ୍ଡପ ରକଳାକାର ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟପରିବେଷିତ ହୋଇଥିଲା। ଓଡିଶୀ ନୃତ୍ୟ ରେ ଶିବ ପଂଚକ । ଭଗଵାନ ଶିବ ଙ୍କୁ ସ୍ତୂତି ମାଧ୍ଯମରେ ଭକ୍ତ ଙ୍କ ଆଶିଷ ପ୍ରାପ୍ତି ଉପରେ ବର୍ଯବେଷିତ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପରେ ପରେ କଟକ ସ୍ଵର୍ଣ୍ଣ ମନ୍ଦିର ର ମୁଖ୍ୟ ତତ୍ବାବଧାରକ ଓଡିଶୀ ନୃତ୍ୟ ଗୁରୁ ଜୋସ୍ନା ରାଣୀ ସାହୁ ଓ ସାଥି କଳାକାର ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟ ରେ ହରି ଓମ ର ତାଳେ ତାଳେ ମଂଚ ପ୍ରବେଶ କରିଥିଲେ। ପରେ ପରେ ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା ରସାନୁରାଗ। ଏହି ନୃତ୍ୟରେ ପ୍ରେମ ଵିରହ ଓ ମିଳନ କୁ ନୃତ୍ୟାଙ୍ଗନା ମାନେ ନିଖୁଣ ଭାବରେ ପରିବେଷଣ କରିଥିଲେ। ଶେଷରେ ଦୟାଲ ସଂଗୀତ ଏକାଡେମୀ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଉଦଘାଟନୀ ଉତ୍ସବ ର ପ୍ରଥମ ସନ୍ଧ୍ୟାରେ ଇଂରାଜୀ ରେ ସିନ୍ଧୁ ବ୍ରାଉନ ଓ ଓଡିଆ ରେ ଵିଶ୍ବଜିତ ବଳିୟାର ସିଂହ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ କୁ କୋଣାର୍କ ନାଟ୍ୟ ମଣ୍ଡପ ର ଉପସଭାପତି ପ୍ରସନ୍ନ ଵେଉରିଆ, ଗୂରୁ ଜୟକୃଷ୍ଣ ନାୟକ, ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ଅମିନ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ