୩୫ନଂ ଜୋନରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ହାଟଡିହି ବ୍ଲକ ୩୫ନଂ ଜୋନରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଢ଼େଙ୍କା ବଜାର ଠାରୁ ବାହାରିଥିବା ଏହି ପଦଯାତ୍ରାରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ବ୍ଲକ ବିଜେଡି ସଭାପତି ବିକ୍ରମ କେଶରୀ ବିଶ୍ୱାଳ, ଜିଲ୍ଲାପରିଷଦ ସଦସ୍ୟା ଜୟାପ୍ରଦା ସା, ସଢ଼ା ସରପଞ୍ଚ ଜୟନ୍ତୀ ସାମଲ ପ୍ରମୁଖ ଯୋଗଦେଇ ନବୀନ ସରକାରଙ୍କ ବିଭିନ୍ନ ଜନହୀତକର ଯୋଜନା ଗୁଡିକ ସମ୍ପର୍କରେ ସଚେତନ କରାଇଥିଲେ । ଢ଼େଙ୍କା ବଜାର ଠାରୁ ବାହାରିଥିବା ଏହି ପଦଯାତ୍ରା ଢ଼େଙ୍କା ଗ୍ରାମ, ସୁନ୍ଦରପୁର, କଣିଆରୀ, ମଧୁରଆମ୍ବ, ଦଡରା, ଆଦି ଗ୍ରାମ ଦେଇ ସଢ଼ାରେ ପହଞ୍ଚିଥିଲା । ପରେ ସଢ଼ା ବୈଦ୍ୟନାଥ ମନ୍ଦିର ପଡିଆରେ ଆୟୋଜିତ ଏକ ସଭାରେ ବିଧାୟକ ଶ୍ରୀଯୁକ୍ତ ସେଠୀ ରାଜ୍ୟ ସରକାର ଲାଗୁ କରାଇଥିବା ୫ଟି ଯୋଜନା ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ଜନସାଧାରଣ କିପରି ସବୁ ପ୍ରକାର ସୁବିଧା ସୁଯୋଗ ପାଇପାରିବେ ସେନେଇ ଆଲୋକପାତ କରିଥିଲେ । ବିଶେଷକରି ବିଜେଡି କର୍ମୀମାନେ ଲୋକମାନଙ୍କର ନିକଟତର ହେବାସହ ସେମାନଙ୍କ ଭଲମନ୍ଦର ସାଥି ହେବାକୁ ବିଧାୟ୍ ଆହ୍ୱାନ ଦେଇଥିଲେ । ଜିଲ୍ଲାସଭାପତି ବିମ୍ବାଧର ବିଶ୍ୱାଳ ଯୋଜନା ଗୁଡିକର ସଫଳ ରୁପାୟନ କରିବାପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏଥିରେ ବରିଷ୍ଠ ବିଜେଡି ନେତା ରବିନ୍ଦ୍ର କୁମାର ନାୟକ, ପୁର୍ବତନ ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ, ଶତୃଘ୍ନ ପାତ୍ର, ମାର୍କଣ୍ଡ ଚରଣ ଓଝା, ଚିନୁ ନାୟକ, ବୁଦ୍ଧଦେବ ଜେନା, କଳ୍ପତରୁ ସେଠୀ, ଗୋପାଳ ପଟ୍ଟନାୟକ, ବୈଦ୍ୟନାଥ ସାମଲ, ପନ୍ଦାଡୋ ସରପଞ୍ଚ ଅନିରୁଦ୍ଧ ବେହେରା, ହାଟଡିହି ସରପଞ୍ଚ ଅନୁସୁୟା ସେଠୀ, ଜମ୍ଭୀରା ସରପଞ୍ଚଆଶାଲତା ସାହୁ, ସମିତିସଭ୍ୟ ପ୍ରଭାତ ରାଉତ, ଢ଼େଙ୍କା ସମିତିସଭ୍ୟ ନାରାୟଣ ବେହେରା, ମୁନା ମହାନ୍ତି, ପ୍ରଶାନ୍ତ ରାଉତ, ଚିନ୍ମୟ ନାୟକ, ଯୋଗେନ୍ଦ୍ର ବେହେରା, ବିରେନ୍ଦ୍ର କୁମାର ବିଶ୍ୱାଳ, ପତି ଦେଓ, ବିଶ୍ୱନାଥ ନାୟକ, ଗୋପାଳ ନାୟକ, ଧବଳେଶ୍ୱର ପଟ୍ଟନାୟକ, ସୁଧାକର ଓଝା, କୁଳମଣି ରାଉତ, ଗୌରାଙ୍ଗ ରଣା, ବିଜୟ ମଲ୍ଲିକ, ଦୁସ୍ମନ୍ତ ମଲ୍ଲିକ, ଭୀମସେନ ପେରେଇ, ଚିକୁ ସେନାପତି, ଶିଶିର ବେହେରା, ସୁଧାଶୁଂ ଭୂଷଣ ମଲ୍ଲିକଙ୍କ ସମେତ ୩ହଜାରରୁ ଉର୍ଦ୍ଧ କର୍ମୀ ସାମିଲ ହୋଇଥିଲେ ।