୩୫୩ ନମ୍ୱର୍ ଜାତୀୟ ରାଜପଥ ରେ କ୍ରୀୟାନୁଷ୍ଠାନ କମିଟି ପକ୍ଷ ରୁ ବନ୍ଦ ଡାକରା
ନୂଆପଡ଼ା, (ଯୁଗାବ୍ଦ ନ୍ୟୁଜ):ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ତିଖାଲି ଗ୍ରାମ ନିକଟସ୍ଥ ଜଳ ସେଚନ ପ୍ରକଳ୍ପ ଛକ ଠାରେ ୩୫୩ ନମ୍ୱର୍ ଜାତୀୟ ରାଜପଥ କୁ କ୍ରୀୟାନୁଷ୍ଠାନ କମିଟି ପକ୍ଷ ରୁ ବନ୍ଦ ଡାକରା ଦେଇଥିଲେ। ଜଳ ସେଚନ ପ୍ରକଳ୍ପ ନିକଟସ୍ଥ ଗ୍ରାମକୁ ଜଳ ସେଚନ ପ୍ରକଳ୍ପ ମାଧ୍ୟମରେ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଦାବୀ କରିଛନ୍ତି। ୨୦୧୪ ମସିହାରୁ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ସରକାରୀ ପ୍ରଶାସନିକ ମଞ୍ଜୁର ମିଳିବା ରେ ବିଳମ୍ବ ହୋଇଅଛି। ଫଳରେ ଚାଷୀ ଙ୍କ ଜମିକୁ ଜଳ ସେଚନ ସ୍ବପ୍ନ ରେ ପରିଣତ ହେଉଥିଲା। କିନ୍ତୁ ଜିଲ୍ଲାପାଳ ଆନ୍ଦୋଳନକାରୀ ଚାଷୀ ଙ୍କୁ ସାକ୍ଷାତ କରି ତୁରନ୍ତ ପଦକ୍ଷେପ ପାଇଁ ସଚିବାଳୟ ରେ କଥା ହୋଇଥିବା ବେଳେ ଆସନ୍ତା ଏକ ମାସ ମଧ୍ୟରେ ପ୍ରକଳ୍ପ ପ୍ରଶାସନିକ ମଞ୍ଜୁର ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜି ଆନ୍ଦୋଳନ ସ୍ଥଳୀରେ ଆଖ ଚକ ବନ୍ଦ ଥିବା ବେଳେ ଦୀର୍ଘ ୬ ଘଣ୍ଟା ରୁ ଉର୍ଦ୍ଧ ହେବା ୩୫୩ ନମ୍ୱର୍ ଜାତୀୟ ରାଜପଥ କୁ ଅବରୋଧ କରିଥିଲେ। ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ପହଞ୍ଚି ନିର୍ଭରଯୋଗ୍ୟ ପ୍ରତିଶୃତି ହେଇଥିଲେ। ପରେ ଉତ୍ୟକ୍ତ ଚାଷୀ ଆନ୍ଦୋଳନ କୁ ପ୍ରତ୍ୟାହୃତ କରିଛନ୍ତି। ଜାତୀୟ ରାଜପଥ ରେ ଯାତାୟତ ସ୍ଵାଭାବିକ ହୋଇଥିବା ବେଳେ ଚାଷୀ ଜମି କୁ ଜଳ ଯୋଗାଣ ସରକାରଙ୍କ ଦାୟିତ୍ବ ଦାବୀ।