୩୫ ଓ ୩୭ନଂ.ପାଣି ପଞ୍ଚାୟତ ନିର୍ବାଚନ ଶେଷ
ବନ୍ତ, (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ଜଳସେଚନ କାର୍ଯ୍ୟାଳୟ ତଥା ବୈତରଣୀ ଡିଭିଜନର ଶାଳନିଆଁ ଉପଖଣ୍ଡ ଜଳସେଚନ ଅନ୍ତର୍ଗତ ବିଦ୍ୟାଧରପୁର ଦକ୍ଷିଣ ପାଶ୍ୱର୍ କେନାଲ ଅଧିନ ୩୫ନଂ. ବିଂଝା ମାଇନର କେନାଲ ଅଧିନରେ ୧୫ ଜଣ କାର୍ଯ୍ୟ ନିର୍ବାହୀ କମିଟି ସଭ୍ୟଙ୍କ ଦ୍ୱାରା କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ସରୋଜିନୀ ସାମଲ, ସଂପାଦକ ଭାବେ ବିଦ୍ୟାଧର ଜେନା, କୋଷାଧ୍ୟକ୍ଷ ଭାବେ ସାବିତ୍ରୀ ଜେନା ନିର୍ବାଚିତ ହୋଇଥିଲେ । ନିର୍ବାହୀ କମିଟିର ସଭ୍ୟ ଉର୍ମିଳା ରାଉତ, ହଳଧର ବାଇ, ମାଧବାନନ୍ଦ ମହାନ୍ତି, ପ୍ରେମାନନ୍ଦ ରାଉଳ, ବାଇଧର ଜେନା, ହୃଷିକେଶ ଜେନା ପ୍ରମୁଖ ପ୍ରସ୍ତାବକ ଓ ସମର୍ଥକ ଭାବରେ ସମ୍ମତ ପ୍ରଦାନ କରିଥିଲେ । ସେହିପରି ୩୭ନଂ.ପାଣି ପଞ୍ଚାୟତର ଗୋବିନ୍ଦପୁର ଡିଷ୍ଟିବ୍ୟୁଟାରୀ ଓ ସରିପଳ ମାଇନର କେନାଲର ୨୮ ଜଣ କାର୍ଯ୍ୟ ନିର୍ବାହୀ କମିଟି ସଭ୍ୟଙ୍କ ମଧ୍ୟରୁ ସଭାପତି ଭାବରେ ଯୋଗେନ୍ଦ୍ର ସାହୁ, ସଂପାଦକ ଭାବରେ ଅନିରୁଦ୍ଧ ନାୟକ, କୋଷାଧ୍ୟକ୍ଷ ଭାବେ ଗୟାଧର ମଲ୍ଲିକ ନିର୍ବାଚିତ ହୋଇଥିଲେ । ସେମାନଙ୍କୁ ସଭ୍ୟା ଜୟନ୍ତୀ ରଣା, କୌଶଲ୍ୟା ସାହୁ, ସନାତନ ଷେଣ୍ଢ, ହରେକୃଷ୍ଣ ଜେନା, ଭାସ୍କର ଜେନା, ଭାଗିରଥି ଘଡେଇ ପ୍ରସ୍ତାବକ ଓ ସମର୍ଥକ ଭାବରେ ସମ୍ମତ ଦେଇଥିଲେ । ନିର୍ବାଚନ ବେଳେ ସରପଞ୍ଚ ଅଶୋକ ମହାନ୍ତି, ତିଳୋତ୍ତମା ବାରିକ, ପ୍ରାକ୍ତନ ସରପଞ୍ଚ ପ୍ରଶାନ୍ତ ସାମଲ, ଯୁବ ନେତା ପ୍ରେମାନନ୍ଦ ନାୟକ, ନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ନିର୍ବାଚନକୁ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଠୀ, କର୍ମଚାରୀ ପ୍ରଶାନ୍ତ ରାଉତ ପରିଚାଳନା କରିଥିଲେ ।


