୩୫ ତମ କୋଣାର୍କ ଉତ୍ସବର ଦ୍ବିତୀୟ ସଂଧ୍ୟାରେ ମଣିପୁରୀ ଓ ଓଡ଼ିଶୀ ନୃତ୍ୟ
ନିମାପଡ଼ା,(ସନ୍ତୋଷ ଦାଶ): ପର୍ଯ୍ୟଟନସ୍ଥଳୀ କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ୩୫ ତମ କୋଣାର୍କ ଉତ୍ସବର ରବିବାର ଥିଲା ଦ୍ବିତୀୟ ଦିବସ। ଦ୍ୱିତୀୟ ସଂଧ୍ୟାର ପ୍ରଥମ ପର୍ଯ୍ୟାୟରେ କୋଲକାତାର ପ୍ରୀତି ପଟେଲ ଓ ତାଙ୍କ ଦଳ ପକ୍ଷରୁ ମଣିପୁରୀ ନୃତ୍ୟ ଓ ଦ୍ୱିତୀୟ ପର୍ଯ୍ୟାୟରେ ଆଲୋକ କାନୁନଗୋ ଓ ତାଙ୍କ ଦଳ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ରବିବାର ଅତିଥି ଭାବେ ରାଜ୍ୟ ପଞ୍ଚାୟତ
ରାଜ ବିଭାଗ ମନ୍ତ୍ରୀ ରବି ନାୟକ ଓ ପୂର୍ବତଟ ରେଳବାଇ ବିଭାଗ ଜେନେରାଲ ମ୍ୟାନେଜର ପରମେଶ୍ବର ଫୁକଦା ଯୋଗ ଦେଇଥିଲେ।