୩୫ ତମ କୋଣାର୍କ ଉତ୍ସବ ଉଦଘାଟିତ

ନିମାପଡ଼ା,(ସନ୍ତୋଷ ଦାଶ): ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ୩୫ ତମ କୋଣାର୍କ ଉତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, କାକଟପୁର ବିଧାୟକ ତୁଷାର କାନ୍ତି ବେହେରା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ପ୍ରଥମ ଦିନ ସଂଧ୍ୟାର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଉତ୍କଳ ସଂଗୀତ ମହାବିଦ୍ୟାଳୟର ନୃତ୍ୟ ଶିଳ୍ପୀ ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ନୂଆଦିଲ୍ଲୀର ମଲଟିଶ୍ୟାମ ଓ ତାଙ୍କ ଦଳ ପକ୍ଷରୁ କଥକ ନୃତ୍ୟ ପରିବେଷଣ କରାଯାଇଥିଲା । କୋଣାର୍କ ଉତ୍ସବକୁ ଉଦଘାଟନ କରି ସାରିବା ପରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଭାଗା ଯାଇ ୧୪ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବକୁ ଉଦଘାଟନ କରିଥିଲେ। ବିଳମ୍ବ ରେ ବାଲୁକା କଳା ଉତ୍ସବ ଉଦଘାଟନ ହେବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଥିଲା। ପ୍ରଥମେ ବାଲୁକା କଳା ଉତ୍ସବ ଉଦଘାଟନ ହୋଇଥିଲେ ବିଭିନ୍ନ ଗ୍ରାମ ରୁ ଆସିଥିବା ଲୋକ ଓ କୁନି କୁନି ପିଲା ବାଲୁକା କଳା କୁ ଦେଖି ପାରିଥାନ୍ତେ। ଉଦଘାଟନ ହୋଇ ନ ଥିବାରୁ ଅପରାହ୍ନ ୪ ଟା ରୁ ସଂଧ୍ୟା ୮ ଟା ପର୍ଯ୍ୟନ୍ତ ବାଲୁକା କଳା ଉତ୍ସବ କୁ କାହାରିକୁ ଦେଖିବାକୁ ଛଡ଼ା ଯାଇ ନ ଥିଲା। କୋଣାର୍କ ଉତ୍ସବ ଓ ବାଲୁକା କଳା ଉତ୍ସବ ପାଇଁ ସମଗ୍ର କୋଣାର୍କ ଅଞ୍ଚଳ ସଜେଇ ହୋଇ ପଡ଼ିଥିବା ବେଳେ ମୁକ୍ତାକାଶ ରଙ୍ଗମଞ୍ଚ ନୃତ୍ୟ ଶିଳ୍ପୀ ଙ୍କ ଘୁଙ୍ଗୁର ଶବ୍ଦ ରେ ପ୍ରକମ୍ପିତ ହୋଇ ଉଠିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ