୩୫ ତମ କୋଣାର୍କ ଉତ୍ସବ ଏବଂ ୧୪ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଉଦ୍ଘାଟିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ସଂସ୍କୁତି ବିଭାଗ ଓ ସଙ୍ଗୀତ ନାଟକ ଏକାଡେମୀର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି ପାଞ୍ଚ ଦିନିଆ ୩୫ ତମ କୋଣାର୍କ ଉତ୍ସବ ଏବଂ ୧୪ ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ୧୯୮୯ ମସିହା ଠାରୁ ଆରମ୍ଭ ହୋଇଛି । ଏହାକୁ ଭାରତର ଅନ୍ୟତମ ବୃହତ୍ ନୃତ୍ୟ ଉତ୍ସବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେ କୌଣସି ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ ,ନୃତ୍ୟ ଅନୁଷ୍ଠାନ କୋଣାର୍କ ନାଟ୍ୟ ମଣ୍ଡପରେ ପାଦ ଥାପିବା ପାଇଁ ସ୍ଵପ୍ନ ଦେଖୁଥାନ୍ତି। ଡିସେମ୍ବରର ସେ ପାହାନ୍ତି ଶୀତୁଆ ପାଗରେ ସଜେଇହୋଇଛି କୋଣାର୍କ ପାଛୋଟି ନେଇଛି ତା କୋଳକୁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତର ସ୍ଵପ୍ନଭୁକ୍ ଶିଳ୍ପୀ ମାନଙ୍କୁ । ସୂର୍ଯ୍ୟ ମନ୍ଦିରରେ ରବିଙ୍କ ଏହି ରବିବାରରୁ ଆରମ୍ଭ ହୋଇଛି କୋଣାର୍କ ଉତ୍ସବ । ଏ ନୂଆ ସରକାରଙ୍କ ପାଇଁ ନୂଆ ଏକ ଉଦଭାସିତ ଦିଗ । ରୂପ,ରସ ଆଉ ଛନ୍ଦର ପହିଲି ପୁଲକ। ରବିବାରରୁ ରବିଙ୍କ ନୀରବ ଆହ୍ଵାନ। କବି, ସାହିତ୍ୟିକ, ନୃତ୍ୟାଙ୍ଗନା, ଶିଳ୍ପୀ, ନାଟ୍ୟକାର , ପ୍ରଶାସକ, ରାଜନୈତିକ ନେତୃମଣ୍ଡଳୀ – ସବୁ ଶ୍ରେଣୀର, ସବୁ ପର୍ଯ୍ୟାୟର ଜନନାୟକ ମାନଙ୍କର ମଧୁର ମିଳନ। ପ୍ରେମ ଓ ପ୍ରଶାନ୍ତିର ଏକ ଅପୂର୍ବ ସମ୍ମୋହନ। ଚନ୍ଦ୍ରଭାଗାର ଏ ଏକ ଶାଶ୍ୱତ ଆହ୍ଵାନ। ଦେଶ ବିଦେଶରୁ ଆସିଛନ୍ତି ବାଲୁକାଶିଳ୍ପୀ ଚନ୍ଦ୍ରଭାଗା କୂଳକୁ ଆଉ କୋଳକୁ । ସେଇଠୁ କଳା ନେଇ ସେମାନଙ୍କ ଚାତୁରୀ ଓ ନୈପୁଣ୍ୟରେ ମିଶାଇ ସୃଷ୍ଟି କରିବେ ବାଲୁକା କଳା।ଏହି ଉତ୍ସବ କୁ ପ୍ରଥମ ଦିନ ମୁଖ୍ୟ ଅତିଥି ଭାବେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଉଦ୍ଘାଟନ କରିଛନ୍ତି ତାଙ୍କ ସହିତ ଉପସ୍ଥିତ ଥିଲେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା,ଜଗତସିଂହପୁର ର ମାନ୍ୟବର ସାଂସଦ ଡ଼. ବିଭୁ ପ୍ରସାଦ ତରାଇ ,ମାନ୍ୟବର ବିଧାୟକ ପିପିଲି ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ ,ମାନ୍ୟବର ବିଧାୟକ ସତ୍ୟବାଦୀ ଶ୍ରୀଯୁକ୍ତ ଓମ ପ୍ରକାଶ ମିଶ୍ର , ମାନ୍ୟବର ବିଧାୟିକା ବ୍ରହ୍ମଗିରି ଶ୍ରୀମତୀ ଉପାସନା ମହାପାତ୍ର ,ମାନ୍ୟବର ବିଧାୟକ କାକଟପୁର ତୁଷାରକାନ୍ତି ବେହେରା , ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ବଳୱନ୍ତସିଂହ ,ପର୍ଯ୍ୟଟନ ବିଭାଗର ନିର୍ଦ୍ଧେଶକ ଶ୍ରୀଯୁକ୍ତ ସମର୍ଥ ବର୍ମା , ପୁରୀ ର ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ lକୋଣାର୍କ ଉତ୍ସବ ସହିତ ଆୟୋଜିତ ହୋଉଛି ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ବିଗତ ୧୪ ବର୍ଷ ଧରି ଚନ୍ଦ୍ରଭାଗା କୂଳରେ ଓ କୋଳରେ ବିଶ୍ୱର କୋଣ ଅନୁକୋଣରୁ ଆସିଥାନ୍ତି ବାଲୁକା ଶିଳ୍ପୀ ଗଣ। ଏ ବର୍ଷ ଆମ ଭାରତ ବର୍ଷରୁ ପ୍ରାୟ ୧୨୧ ଜଣ ଶିଳ୍ପି ଯୋଗ ଦେଇଛନ୍ତି । ସ୍ପେନ୍, ଜର୍ମାନ୍, ରୁଷିଆ, ପର୍ତ୍ତୁଗାଲ, ଶ୍ରୀଲଙ୍କା, ମେକ୍ସିକୋ, ଜାପାନ ଓ ୟୁକେ ରୁ ପ୍ରାୟ ୮ ଜଣ ବିଦେଶୀ ବାଲୁକା ଶିଳ୍ପି ଆସି ତାଙ୍କର କଳା ପଦର୍ଶନ କରିଛନ୍ତି । ଆଜି କୋଣାର୍କ ଉତ୍ସବ ର ପ୍ରଥମ ଦିନରେ ଭୁବନେଶ୍ବର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ। ଜଗନ୍ନାଥ ଅଷ୍ଟକମ୍, ଭାବରଙ୍ଗ ଓ ଶକ୍ତି ଏହି ତିନୋଟି ନୃତ୍ୟ ଶୈଳୀକୁ ଏକ ଅପୂର୍ବ ଭାବା ବେଗରେ ପରିବେଷଣ କରିଥିଲେ। ଓଡିଶୀ ନୃତ୍ୟ ଶୈଳୀର ଲାସ୍ୟ, ଭଙ୍ଗି, ମୁଦ୍ରା ଓ ଲାଳିତ୍ୟର ପରିପ୍ରକାଶ ଘଟିଥିଲା ସମସ୍ତ ଶିଳ୍ପୀ ମାନଙ୍କ ପରିବେଷଣରେ । ସଙ୍ଗୀତରେ ସ୍ଵର ତୋଳିଥିଲେ ଗୁରୁ ଡ. ବିଜୟ କୁମାର ଜେନା ଓ ଗୁରୁ ବିଜୟ କୁମାର ବାରିକ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଲିଙ୍ଗରାଜ ପ୍ରଧାନ ଓ ଗୁରୁ ପଙ୍କଜ କୁମାର ପ୍ରଧାନ। ଦ୍ୱିତୀୟ ପର୍ଯ୍ୟାୟରେ ନୂଆ ଦିଲ୍ଲୀ ରୁ ଆସିଥିବା ମାଳତୀ ଶ୍ୟାମ ଓ ସାଥୀ ବୃନ୍ଦଙ୍କ ଦ୍ଵାରା ପରିବେଷଣ ହୋଇଥିଲା ଲକ୍ଷ୍ନୋ ଘରନାର ନୃତ୍ୟ“ନର୍ତନ ମଞ୍ଜରୀ” ନୃତ୍ୟ ଶୈଳୀକୁ ପରିବେଷଣ କରିଥିଲେ। ଏହି ଉତ୍ସବକୁ ପର୍ଯ୍ୟଟନ ବିଭାଗ ଓ ସଙ୍ଗୀତ ନାଟକ ଏକାଡେମୀ ର କର୍ମ କର୍ତ୍ତା ବୃନ୍ଦ ସୁନ୍ଦର ଭାବରେ ପରିଚାଳନା କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି l