୩୬ନଂ ଜୋନରୁ କୌଶଲ୍ୟା ୩୭ନଂ ଜୋନରୁ ବିମ୍ବାଧର ବିଜୟୀ

ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ୩୭ନଂ ଜିଲ୍ଲାପରିଷଦ ଜୋନରୁ ବିମ୍ବାଧର ବିଶ୍ୱାଳ ୪୬୨୪ଖଣ୍ଡ ଭୋଟରେ ବିଜୟ ହାସଲ କରିଛନ୍ତି । ସେ ତାଙ୍କର ନିକଟତ୍ତମ ପ୍ରତିଦ୍ୱନ୍ଦୀ ବିଜେପିର ଜ୍ଞାନେନ୍ଦ୍ର କୁମାର ଜେନାଙ୍କୁ ପରାସ୍ତ କରିଛନ୍ତି । ସେ ୧୩୫୧୯ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଜ୍ଞାନେନ୍ଦ୍ର ଜେନା ୮୮୯୫ଖଣ୍ଡ ଭୋଟ ପାଇଥିଲେ । ବିମ୍ବାଧରଙ୍କ ବିଜୟରେ ସମଗ୍ର ୩୭ନଂ ଜୋନ ବିଜେଡି କର୍ମମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ବିମ୍ବାଧର ୩୫ନମ୍ବର ଜୋନର ବ୍ୟକ୍ତି ହୋଇଥିଲେ ମଧ୍ୟ ୩୭ନମ୍ବର ଜୋନରେ ଲୋକମାନେ ତାଙ୍କୁ ଯେପରି ଗ୍ରହଣ କରିଛନ୍ତି ଏହା ତାଙ୍କର ଲୋକସମ୍ପର୍କକୁ ପ୍ରମାଣିତ କରିଛି । ଏହି ବିଜୟର ଶ୍ରେୟ ସେ ସମସ୍ତ ବିଜେଡି କର୍ମୀମାନଙ୍କୁ ଦେଇଛନ୍ତି । ଶ୍ରୀ ବିଶ୍ୱାଳ ଶାସଙ୍ଗ ପଞ୍ଚାୟତରୁ ସମିତିସଭ୍ୟ ଭାବେ ବିଜୟୀ ହୋଇ ରାଜନୀତୀକୁ ଆସିଥିଲେ । ପରେ ସେ ଶାସଙ୍ଗ ପଞ୍ଚାୟତର ଦୁଇ ଦୁଇଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ସେ ତାଙ୍କ ପତ୍ନୀଙ୍କୁ ରାଜନୀତୀରେ ପ୍ରବେଶ କରାଇ ଶାସଙ୍ଗ ପଞ୍ଚାୟତର ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ କରାଇବାରେ ସଫଳ ହୋଇଥିଲେ । ସେ ବିଜେଡିର ଜିଲ୍ଲା ସଭାପତି ହୋଇ ସମଗ୍ର ଜିଲ୍ଲାରେ ଜଣେ ସଫଳ ରାଜନେତା ଭାବେ ନିଜକୁ ପ୍ରତିପାଦିତ କରାଇ ପାରିଥିଲେ । ଏବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦପାଇଁ ସେ ଜଣେ ପ୍ରମୁଖ ଦାବିଦାର ଅଛନ୍ତି । ସେହିପରି ୩୬ନମ୍ବର ଜୋନରୁ ବିଜେଡି ପ୍ରାର୍ôଥ କୌଶଲ୍ୟା ସେଠୀ କଡା ମୁକାବିଲାର ସମମ୍ମୁଖୀନ ହେବାପରେ ମାତ୍ର ୪୮୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ସେ ୧୩୫୯୦ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କର ନିକଟତ୍ତମ ପ୍ରତିଦ୍ୱନ୍ଦୀ ବିଜେପିର ପୁର୍ଣ୍ଣପ୍ରଭା ଜେନା ୧୩୧୦୯ ଖଣ୍ଡ ଭୋଟ ପାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ