୩୬ ଗୋଟି ଅଭିଯୋଗ ର ଶୁଣାଣି କରିଲେ ଜିଲାପାଳ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):ସୋମବାର କନ୍ଧମାଳ ଜିଲା ରାଇକିଆ ବ୍ଲକ୍ କାର‌୍ୟ୍ୟାଳୟ ଠାରେ ଜିଲାପାଳ ଅମ୍ରିତ ଋତୁରାଜ ବିଭିନ୍ନ ଅଭିଯୋଗ ର ଶୁଣାଣି କରିଛନ୍ତି । ସମୁଦାୟ ୩୬ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ସେଥି ମଧ୍ୟ ରୁ ୧୯ ଟି ବ୍ୟକ୍ତିଗତ ଏବଂ ୧୭ ଟି ସାମୁହିକ ଅଭିଯୋଗ ରହିଥିଲା । ବିଶେଷ କରି ପାନୀୟ ଜଳ ସମସ୍ୟା, ଭତ୍ତା, ଆବାସ ଯୋଜନା, ଖାଦ୍ୟ ସୁରକ୍ଷା କାର୍ଡ ସମ୍ପର୍କୀତ ଅଭିଯୋଗ ମଧ୍ୟ ରହିଥିବା ବେଳେ ଗ୍ରାମାଞ୍ଚଳ ସମସ୍ୟା ନେଇ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଜିଲାପାଳ ଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିଶ ବିଶି , ବାଲିଗୁଡା ଉପ ଜିଲ୍ଲାପାଳ ରିନା ପ୍ରଧାନ , ଜିଲ୍ଲାପରିଷଦ ର କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁ ନାଥ ନନ୍ଦୀ , ରାଇକିଆ ବିଡ଼ିଓ ସବ୍ୟସାଚୀ ସାହୁ, ତହସିଲଦାର ବରିଆଲ ମୁର୍ମୁ ଏବଂ ଜିଲ୍ଲାର ବିଭିନ୍ନ ବିଭାଗ ର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ