୩୭ ତମ ରାଷ୍ଟ୍ରୀୟ ଗେମ୍ ପାଇଁ ଉମାବତୀ ଙ୍କ ଯୋଗ୍ୟତା ଅର୍ଜନ

କରଞ୍ଜିଆ, (ଜିତେନ୍ଦ୍ର ରାଜ):୩୭ ତମ ଜାତୀୟ କ୍ରୀଡା ଅକ୍ଟୋବର ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଗୋଆ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଜାତୀୟ କ୍ରୀଡା ପାଇଁ ଓଡ଼ିଶା ରାଜ୍ୟପକ୍ଷରୁ ଜାତୀୟ କ୍ରୀଡା ପେନକାକ ସିଲଟ ବିଭାଗରେ କରଞ୍ଜିଆର ଉପଖଣ୍ଡ ର ଝିଅ ଉମାବତୀ ପାତ୍ର ପ୍ରତିନିଧିତ୍ୱ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆଜି ଏହି ପରିପ୍ରେକ୍ଷୀରେ ପାଞ୍ଚପୀଢ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସ୍ପୋର୍ଟସ ପେନକାକ ସିଲଟ ଆସୋସିଏସନ୍ ମୟୂରଭଞ୍ଜ ଜିଲ୍ଲା ସଭାପତି ବିଷ୍ଣୁ ଅଗ୍ରୱାଲଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ସମ୍ବର୍ଦ୍ଧନା ସଭାର ମୁଖ୍ୟ ଅତିଥି ପାଞ୍ଚପୀଢ଼ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ସମ୍ମାନିତ ଅତିଥି କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକ, କରଞ୍ଜିଆ ଆଥଲାଟିକ ଆସୋସିଏସନ୍ ସମ୍ପାଦକ ପ୍ରଭାକର ବାଗସିଂ, କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତ, ପାଞ୍ଚପୀଢ଼ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଣତି ବାରିକ, ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟ କାଦଡିହା ଅଧକ୍ଷ ଡ଼ ଭାଗବତ ଲେଙ୍କା, ବରିଷ୍ଠ କ୍ରୀଡାବିତ ଗୈାରୀ ଶଙ୍କର ସିହ୍ନା, କର୍ଣ୍ଣାର୍ଜୁନ ସାହା ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ସ୍ପୋର୍ଟସ ପେନକାକ ସିଲଟ ଆସୋସିଏସନ୍ ସମ୍ପାଦକ ଆଶିଷ ରଞ୍ଜନ ମହାନ୍ତ କରିଥିଲେ। ପ୍ରାରମ୍ଭରେ ଅତିଥି ମାନଙ୍କୁ ଆସୋସିଏସନ୍ ପକ୍ଷରୁ ପୁଷ୍ପ ଗୁଚ୍ଛ ଓ ଉତ୍ତୋରୀୟ ଦେଇ ସମ୍ମାନିତ କରାଯାଇଥିଲା। ଅତିଥି ଗଣ ଉମାବତୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଓ ଆଶିର୍ବାଦ କରିଥିଲେ।ପରେ ପରେ ଉମାବତୀଙ୍କୁ ଉତ୍ତୋରୀୟ ଓ ପୁଷ୍ପଗୁଛ ଦେଇ ଅତିଥି ଗଣଙ୍କ ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବିଭିନ୍ନ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଧକ୍ଷା, କ୍ରୀଡ଼ା ସଂଗଠକ ମାନେ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ନିଜ ନିଜ ମହାବିଦ୍ୟାଳୟରେ ଏହି ଖେଳର ପ୍ରଚାର ପ୍ରସାର ପାଇଁ ତାଙ୍କର ବିନିଯୋଗ କରିବେ ବୋଲି ଆଶ୍ୱାସନା ଦେଇଥିଲେ। ପରିଶେଷରେ କର୍ଣ୍ଣାର୍ଜୁନ ସାହା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ