୩୭ ହଜାର ଟଙ୍କା ଜରିମାନା ଆଦାୟ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟ୍ରାଫିକ ନିୟମ ଅବମାନନା କରୁଥିବା ନେଇ ୩୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହାସହିତ ଗୋଟିଏ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ୩ ହଜାର ୭୫୦ ଟଙ୍କା ଜରିମାନା ଆଦାୟ କରାଯିବା ସହିତ ୮ ଜଣଙ୍କୁ ଗିରଫ୍ କରାଯାଇଛି । ସେହିପରି ୨୩ ଟି ଅବକାରୀ ମାମଲା ରୁଜୁ କରାଯିବା ସହିତ ୭୪୬ ଲିଟର ମଦ ଜବର କରାଯିବା ସହିତ ୨୩ ଜଣଙ୍କୁ ଗିରଫ୍ କରାଯାଇଥିବା ଗଞ୍ଜାମ ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ଟୁଇଟ ଯୋଗେ ସୂଚନା ମିଳିଛି


