୩୮ତମ ଜାତୀୟ ପେନ୍‌ସନ୍ ଦିବସ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଆନୁକୂଲ୍ୟରେ ଆଜି ୩୮ତମ ଜାତୀୟ ପେନ୍‌ସନ ଦିବସ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଶ୍ରୀ ଧୀରେନ୍ଦ୍ର ନାରାୟଣ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ସାଧାରଣ ସମ୍ପାଦକ ଇଂ. ବନମାଳୀ ନାୟକ ପେନସନର୍ସମାନଙ୍କ ଆସୁଥିବା ସମସ୍ୟା ଯଥା ଜୀବନ ପ୍ରମାଣପତ୍ର, ପେନ୍‌ସନ୍ ଅସଙ୍ଗତି, ରିଭାଇଜ୍ ପେନ୍‌ସନ୍ ଆଦି ବିଷୟରେ ଜିଲ୍ଲା ଅତିରିକ୍ତ କୋଷାଗାର ଅଧିକାରୀ ଶ୍ରୀ ବିଶ୍ୱନାଥ ମାଝୀ, ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ଆସିଥିବା ଶ୍ରୀ ପ୍ରଦୀପ କୁମାର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସଂଘର ଉପଦେଷ୍ଟା ଶ୍ରୀ କୃତ୍ତିବାସ ଆଚାର୍ଯ୍ୟ ପେନସନ ଦିବସର ତାତ୍ପର୍ଯ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକାରୀ ସଭାପତି ଶ୍ରୀ ବଂଶୀଧର ମହାପାତ୍ର, କୁମୁଦ ରଞ୍ଜନ ଗିରି, ଶିଶିର ରଥ, ରେମୁଣା ଶାଖାର ସମ୍ପାଦକ ଶ୍ରୀ ଅଜୟ କୁମାର ଜେନା ଓ ଉତ୍ତର ରେମୁଣା ଶାଖାର ସଭାପତି ଶ୍ରୀ ଯୋଗେନ୍ଦ୍ର କୁମାର ସିଂ ଆଲୋଚନାରେ ଭାଗ ନେଇଥିଲେ । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଶାଖାରୁ ଶତାଧିକ ପେନସନର ଯୋଗ ଦେଇଥିଲେ । ସଭ୍ୟ ସେକ୍ ଆଲ୍ଲାଉଦ୍ଦିନ୍‌, ଭବେଶ ପଣ୍ଡା, ଶଶାଙ୍କ ଶେଖର ଦତ୍ତ, ପ୍ରଫୁଲ୍ଲ କୁମାର ଜେନା, ହଳଧର ପଣ୍ଡା, ପଦ୍ମଲୋଚନ ଦେ, ଅରୁଣା ରାୟ, ସାବିତ୍ରୀ ଦାସ, ଶିବ ପ୍ରସାଦ ବେହେରା, ମୁରଲୀଧର ପ୍ରଧାନ, ଶତ୍ରୁଘ୍ନ ପଣ୍ଡା, ଉମେଶ ଗୋଚ୍ଛାୟତ, ଆଶିଷ ଚନ୍ଦ୍ର ରାୟ, ନରନାରାୟଣ ପାଣିଗ୍ରାହୀ, କେଶବ ଚନ୍ଦ୍ର ମହାନ୍ତି, ଅଜିତ କୁମାର ଦେ ସରକାର, ଶଚୀନ୍ଦ୍ର ଦାସ, ରାମଚନ୍ଦ୍ର ସେଠୀ, ଅମ୍ବିକା ପିରି, ସରୋଜ ଚାନ୍ଦ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସର୍ବଶେଷରେ ଶ୍ରୀ ଶିଶିର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ