୩୮ତମ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଓଡ଼ିଶା ମାଧ୍ୟାମିକ ସ୍କୁଲ ଶିକ୍ଷକ ସଂଘ, ଗଂଜାମ ଜିଲ୍ଲା ପକ୍ଷରୁ ଶନିବାର ହିଞ୍ଜିଳିକାଟୁ ବ୍ଳକ ଦୁର୍ବନ୍ଧ ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ୩୮ତମ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମହରି ଶର୍ମାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଓଷ୍ଟା ସଭାପତି ହିମାଂଶୁ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ,ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ. ସନାତନ ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ, ବିନିତା ସେନାପତି, ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର, ଗୋବିନ୍ଦ ଚନ୍ଦ୍ର ଦାଶ, ସରଂପଚ ରଂଜୁ ବେହେରା, ସମିତିସଭ୍ୟା ଝିଲି ସାହୁ, ବିଜେଡ଼ି ନେତା ଅଜୟ କୁମାର ମହାରଣା, ସମ୍ପାଦକ ବିଜୟ କୁମାର ବେହେରା, କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ଜେନା, ଉପଦେଷ୍ଟା ପ୍ରଭାତ କୂୁମାର ଦାଶ, ଓଷ୍ଟା ରାଜ୍ୟ ଉପସଭାପତି ଅଶୋକ କୁମାର ଦଳାଇ ପ୍ରମୁଖ ମଂଚାସିନ ଥିଲେ । ଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ବିକ ସଙ୍ଗୀତ ପରେ ଅତିଥି ପରିଚୟ ଓ ପରେ ଅତିଥି ବୃନ୍ଦଙ୍କୁ ପୁଷ୍ପଗୁଛ ଓ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଆଜିର ଶିଶୁ ଭବିଷ୍ୟତର ସୁନାଗରିକ ଏବଂ ରାଷ୍ଟ୍ର ଗଠନରେ ଛାତ୍ର, ଛାତ୍ରୀ ମାନଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ବୋଲି ମଂଚାସିନ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଗଂଜାମ ଜିଲ୍ଲା ୨୨ ଟି ବ୍ଳକ ସମେତ ବ୍ରହ୍ମପୁର ମହାନଗରନିଗମ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରେ ୧୦ଟି ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ୧ମ ଓ ୨ୟ ସ୍ଥାନ ର୍ଜନ କରିଥିବା ୪୦୦ ପ୍ରତିଯୋଗୀ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାର ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ରାଜ୍ୟସ୍ତରୀୟ ଶିଶୁ ଉତ୍ସବରେ ଅଂଶଗ୍ରହଣ କରିବା ସକାଶେ ମନୋନୀତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପିଇଓ ରାଜେନ୍ଦ୍ର କୁୂମାର ପଟ୍ଟନାୟକ, ସନ୍ତୋଷ କୁମାର ମହାନ୍ତି, ବୁଲୁ ଡ଼ାକୁଆଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରି, ବହୁ ଅଭିଭାବକ, ଅଭିଭାବିକା ଓ ଗ୍ରାମର ବହୁ ବୁଦ୍ଧିଜୀବି ଉପସ୍ଥିତ ଥିଲେ ।


