୩୮ ତମ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା ଉଦଯାପିତ

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩୮ ତମ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା ଶନିବାର ଠାରୁ ଆରମ୍ଭ ହୋଇଥିବା ବେଳେ ରବିବାର ଏହା ଉଦ୍‌ଯାପିତ ହୋଇଯାଇଛି ।ଶନିବାର ପ୍ରଥମ ଦିନ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ମାଡାମ ସ୍ବଧା ଦେବ ସିଂ , ମୁଖ୍ୟ ବକ୍ତା ଚାନ୍ଦିପୁର ପ୍ରଭାକର ମଲ୍ଲିକ , ଜିଲ୍ଲା ଶିକ୍ଷା ପ୍ରଶାସକ ଧ୍ରୁବ ଚରଣ ବେହେରା, ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ପ୍ରଦୀପ ପ୍ରଜ୍ବଳନ କରି କାର‌୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ । ବିଜ୍ଞାନ ମେଳାରେ ସଭାପତି ଧ୍ରୂବ ଚରଣ ମେଳାର ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ଭିତ୍ତିକ ଚିନ୍ତାଧାରା ଉଜ୍ଜୀବିତ କରିବା  ଏହାର ମୂଳ ଉଦ୍ଦେଶ୍ୟ ବୋଲି କହିଥିଲେ ।  ମୟୁରଭଞ୍ଜ ଜିଲ୍ଲାର ସବୁ ବ୍ଲକ,ମୁନସିପାଲଟି, ଆଦର୍ଶ ବିଦ୍ୟାଳୟରୁ ୬ ଟି ବିଭାଗର ୧୭୧ ଟି ପ୍ରକଳ୍ପ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ କରାଯାଇଥିଲା । ରବିବାର ଦିନ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ଏବଂ ବହୁ ବୈଜ୍ଞାନିକ, ଶିକ୍ଷା ପ୍ରଶାସକ ଯୋଗ ଦେଇଥିଲେ । ଜଜଙ୍କ ଦ୍ଵାରା  ଶ୍ରେଷ୍ଠ ୬ ଟି ପ୍ରକଳ୍ପ ବଛା ହେବା ସହ ୩ ଟି ଇନସ୍ପାୟାର ପ୍ରକଳ୍ପ ରାଜ୍ୟ ସ୍ତରୀୟ ପାଇଁ ବଛା ଯାଇଥିଲା । ସେହି ଛାତ୍ର ଛାତ୍ରୀ ମାନେ ହେଲେ  ୧- ଟି ଏସ ସୁବୁଦ୍ଧି (ଚିରନ୍ତନ କୃଷି ପଦ୍ଧତି)୨-ମନୋହର ପ୍ରଧାନ (ସ୍ବଚ୍ଛତା ଓ ସ୍ବାସ୍ଥ୍ୟ)୩-ପ୍ରତିଶ କୁମାର ଧଳ (ସମ୍ବଳପରିଚାଳନା)୪-ଅଙ୍କିତାସୂତାର(ଉଦ୍ୟୋଗ ବିଭାଗ)୫-ମଧୁସ୍ମିତା ଭୋଇ(ପରିବହନଯୋଗାଯୋଗ)ପ୬-ସଦଭାବ କବି( ଗାଣିତିକ ଓଶୈଖିକ) ଙ୍କ ଶ୍ରେଷ୍ଠ ପ୍ରକଳ୍ପ ପାଇଁ ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ଏବଂ ସେହି ପ୍ରକଳ୍ପ ରାଜ୍ୟ ସ୍ତରୀୟ କୁ ଯିବି । ତାଙ୍କ ସହିତ ସୁଭସନା ଦେ, ସ୍ମୃତି ସୌରଭ ଏବଂ ସୁମିତ୍ରା ମୁର୍ମୁ ଉଚ୍ଚକୁ  ଇନସ୍ପାୟାର ମାନଙ୍କ ପାଇଁ। ଚୟନ କରାଯାଇଛି । କୁନି କୁନି ବୈଜ୍ଞାନିକ ମାନଙ୍କଦ୍ଵାରା  ଆକର୍ଷଣୀୟ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । ପରିଚାଳନାରେ ଶିକ୍ଷକ ରଂଜନ ନନ୍ଦ ଏବଂ ଶିକ୍ଷକ ସ୍ମୃତି ରଂଜନ ପାଣି ଏବଂ ସିଆରସିସି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ