୩୮ ବର୍ଷରେ ଅନୁଭବ

ଓଲିଉଡ ଜଗତରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚାରେ ଥିବା ଅନୁଭବ ମହାନ୍ତିଙ୍କର ଆଜି ୩୮ ତମ ଜନ୍ମଦିନ । ୧୯୮୧ ମସିହା ଆଜିର ଦିନରେ କଟକରେ ଜନ୍ମଗ୍ରହଣ କରିଥିଲେ ଅନୁଭବ । ତେବେ ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ତାଙ୍କ ସମ୍ପର୍କରେ କିଛି ଜାଣିବା –
– ଅନୁଭବ ପ୍ରଥମେ ଆଲବମରେ ହିରୋ ଭାବରେ କ୍ୟାରିଅର ଆରମ୍ଭ କରିଥିଲେ । ତେବେ ସେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଫିଲ୍ମ ଆଇଲଭୟୁ ରୁ ଓଲିଉଡରେ ପ୍ରବେଶ କରିଥିଲେ ।


– ତାଙ୍କ ଅଭିନୀତ ଫିଲ୍ମ ମଧ୍ୟରେ ସାଥିରେ , ହାତ ଧରି ଚାଲୁଥା , ମୋ ଦୁନିଆଁ ତୁହି ତୁ , ମେଣ୍ଟାଲ , ଗପ ହେଲେ ବି ସତ , ମେଟ୍ରିକ ଫେଲ , ସମଥିଙ୍ଗ ସମଥିଙ୍ଗ , ଜଗାହାତରେ ପଘା , ମହାନାୟକ , ମୁଁ କଣ ଏତେ ଖରାପ ପ୍ରମୁଖ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ କରିଥିଲେ ।
– ୨୦୧୨ରେ ତାଙ୍କ ଅଭିନୀତ ଫିଲ୍ମ ‘ବାଳୁଙ୍ଗା ଟୋକା’ର ସଫଳତା ପରେ ସେ ତାଙ୍କ ନିଜର ପ୍ରଡକ୍ସନ ହାଉସ ଖୋଲିଥିଲେ। ସେହିବର୍ଷ ତାଙ୍କର ଆଉ ଏକ ଫିଲ୍ମ ସମଥିଙ୍ଗ୍ ସମଥିଙ୍ଗ୍ ହିଟ୍ ହୋଇଥିଲା।

– ଓଡ଼ିଆ ଫିଲ୍ମ ବ୍ୟତୀତ ଅନୁଭବ ବେଙ୍ଗଲି ଫିଲ୍ମରେ ବି ଅଭିନୟ କରିଛନ୍ତି। ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ସହ ଅନୁଭବ ଏକ ବେଙ୍ଗଲି ଫିଲ୍ମରେ ନଜର ଆସିଥିଲେ।
– ଅନୁଭବଙ୍କ ଅଧିକାଂଶ ଫିଲ୍ମରେ ବର୍ଷା ପ୍ରିୟଦର୍ଶନୀ ଅଭିନେତ୍ରୀ ଭାବରେ ନଜର ଆସିଥିଲେ । ତେବେ ଅନୁଭବ ଓ ବର୍ଷା କେମେଷ୍ଟ୍ରକୁ ଖୁବ ପସନ୍ଦ କରିଥିଲେ ଦର୍ଶକ ।


– ଏହାପରେ ବର୍ଷା ଓ ଅନୁଭବ ପରଷ୍ପରକୁ ପସନ୍ଦ କରିଥିଲେ । ଓ ୨୦୧୪ରେ ସେ ଅଭିନେତ୍ରୀ ବର୍ଷାଙ୍କୁ ବିବାହ କରିଥିଲେ।
– ୨୦୧୪ରେ ଅନୁଭବ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ। ସେ ୨୦୧୪ରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଅନୁଭବ ଏବେ କେନ୍ଦ୍ରାପଡ଼ାରୁ ବିଜେଡି ଲୋକସଭା ସାଂସଦ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ