୩୮ ବିଛା କଙ୍କଡା ସହ ୭ ଫୁଟର ନାଗ ସାପ ଉଦ୍ଧାର

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ୍) : ବ୍ରହ୍ମପୁର ଗୋକେର୍ଣ୍ଣେଶ୍ୱର ମନ୍ଦିର ନିକଟ ରଞ୍ଜିତ ସାହୁଙ୍କ ଘର ବାରିପଟରୁ ଗୋଟିଏ ନାଗ ସାପ ସହ ୩୮ ଟି କଙ୍କଡା ବିଛା ଉଦ୍ଧାର କରାଯାଇଛି । ଶ୍ରୀ ସାହୁ ଘର ବାରିପଟେ ଯାଉଥିବା ସମୟରେ ଏକ ନାଗ ସାପ ଦେଖିଥିଲେ । ସାପ ଦେଖିବା ପରେ ସର୍ପ ଉଦ୍ଧାରକ ସୁଶାନ୍ତ ମହାଙ୍କୁଡକୁ ଜଣାଇଥିଲେ । ସର୍ପ ଧରିବା ପାଇଁ ଯିବା ସମୟରେ କଙ୍କଡା ବିଛା ଦେଖିଥିଲେ । ଏହା ପରେ ସର୍ପ ଧରିବା ସହଯୋଗ ପାଇଁ ତାରା ପ୍ରସାଦ ଦାସ ଓ ଶ୍ରୀକାନ୍ତ ସାହୁଙ୍କୁ ଡାକିଥିଲେ । ସାପ ଓ ବିଛା କଙ୍କଡା ଧରିବା ପାଇଁ ୨ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ୩୮ ବିଛା କଙ୍କଡା ଜବତ କରିବା ସହ ୭ ଫୁଟର ନାଗ ସାପ ଉଦ୍ଧାର କରାଯାଇ କାଳୁଆ ଜଙ୍ଗଲରେ ସୁରକ୍ଷିତ ଭାବେ ଛଡା ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ