୩୯ନଂ.ପାଣି ପଞ୍ଚାୟତ ନିର୍ବାଚନ ଶେଷ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) :ବନ୍ତ ଜଳସେଚନ କାର୍ଯ୍ୟାଳୟ ଠାରେ ୩୯ନଂ.ପାଣି ପଞ୍ଚାୟତ ନିର୍ବାଚନ ଶନିବାର ଶେଷ ହୋଇଯାଇଛି । ବୈତରଣୀ ଡିଭିଜନ ଅଧିନ ବିଦ୍ୟାଧରପୁର ଦକ୍ଷିଣ ପାଶ୍ୱର୍ କେନାଲର ଶାଳନିଆଁ ଉପଖଣ୍ଡ ଅନ୍ତର୍ଗତ ୩୯ନଂ.ପାଣି ପଞ୍ଚାୟତରେ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିର୍ବାହୀ କମିଟି ସଭ୍ୟ ସଭାପତି ଭାବେ ବଟକୃଷ୍ଣ ମହାନ୍ତି, ସଂପାଦକ ଭାବେ ହୃଷିକେଶ ପାତ୍ର, କୋଷାଧ୍ୟକ୍ଷ ଭାବେ ଭାସ୍କର ଚନ୍ଦ୍ର ଲେଙ୍କା ନିର୍ବାଚିତ ହୋଇଥିବା ଜଣାଯାଇଛି । ନିର୍ବାହୀ କମିଟିର ସଭ୍ୟ ଭରତ ଚନ୍ଦ୍ର ନାୟକ,ଦାଶରଥି ଗାହାଣ, ବିଦ୍ୟାଧର ବାରିକ, ସଭ୍ୟା ସସ୍ମିତା ବାରିକ, ଆରତି ନାୟକ, ମଞ୍ଜୁଲତା ମିଶ୍ର ପ୍ରମୁଖ ପ୍ରସ୍ତାବକ ଓ ସମର୍ଥକ ଭାବେ ସମ୍ମତି ପ୍ରଦାନ କରିଥିଲେ । ଏହି ନିର୍ବାଚନରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଠୀ, କର୍ମଚାରୀ ପ୍ରଶାନ୍ତ ରାଉତ ସହଯୋଗ କରିଥିଲେ ।