୩୯ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା ଭୁବନେଶ୍ୱରରେ ପୁଣି ନୁଆରେ ୧୬ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ଓଡ଼ିଶାରେ ୩୯ରେ ପହଁଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭୁବନେଶ୍ୱରରେ ରବିବାର ନୂତନ ଭାବେ ୧୬ ଜଣଙ୍କଠାରେ କରୋନା ଭୁତାଣୁ ସଂକ୍ରମଣ ଥିବା ଚିହ୍ନଟ ହୋଇଛି। ବର୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି। ନୂଆ ସଂକ୍ରମିତ ୧୬ ଜଣଙ୍କ ମଧ୍ୟରେ ୧୫ ଜଣ ଭୁବନେଶ୍ୱର ବମିଖାଲ ଅଂଚଳର ବୋଲି ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଛି । ପୂର୍ବରୁ ବମିଖାଲ ଅଂଚଳକୁ ସିଲ କରାଯିବା ସହ ସଂକ୍ରମଣ ମୁକ୍ତ କରାଯାଇଥିବାବେଳେ ଏବେ ସେହି ଅଂଚଳରେ ଘରକୁ ଘର ବୁଲି କର୍ମଚାରୀମାନେ ସର୍ଭେ କରୁଛନ୍ତି । ରାଜ୍ୟରେ ମୋଟ ୨୯ ଜଣ ସଂକ୍ରମିତଙ୍କ ମଧ୍ୟରୁ ଭୁବନେଶ୍ୱରରେ ହିଁ ରହିଛନ୍ତି ୩୨ ଜଣ । ନୂତନ ଭାବେ ଚିହ୍ନଟ ସମସ୍ତ ସନ୍ଦିଗ୍ଧ ଏବଂ କରୋନା ପୀଡିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଜନସାଧାରଣଙ୍କୁ ଭୟଭୀତ ନ ହେବା ପାଇଁ କହିବା ସହ କିଛି ସନ୍ଦେହେୟ ଥିଲେ ୧୦୪କୁ କଲ କରି ପଞ୍ଜିକରଣ କରାଇନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି । ଆତଙ୍କିତ ନ ହେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲକ୍ ଡାଉନକୁ ସମସ୍ତେ ମାନିବା ସହ ଘରୁ ବାହାରକୁ ବାହାରନ୍ତୁ ନାହିଁ ବୋଲି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏଥିସହ ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ ସାମାଜିକ ଦୂରତ୍ୱ କଟକଣା ପାଳନକୁ ଗୁରୁତ୍ୱ ଦେଇଛନ୍ତି। ସାମାଜିକ ଦୂରତ୍ୱ ନିୟମ ଭଙ୍ଗକାରୀଙ୍କୁ କଦାପି ଛଡ଼ାଯିବ ନାହିଁ ବୋଲି କହିବା ସହ ସେମାନଙ୍କ ବିରୋଧରେ ଅପରାଧ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି । ନିୟମ ଉଲ୍ଲଂଘନ କରୁଥିବା ଦୋକାନ ଏବଂ ବଜାରକୁ ତତ୍କାଳ ସିଲ୍ କରିଦିଆଯିବ ଦୃଢ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି। ସୁରକ୍ଷିତ ରୁହନ୍ତୁ ଏବଂ ଘରେହିଁ ରୁହନ୍ତୁ ପ୍ରଶାସନର ନିୟମକୁ ମାନିଚାଲନ୍ତୁ ପ୍ରଶାସନର ନିଦେଶକୁ ପାଳନ କରନ୍ତୁ.