୩୯ ଓ ୪୦ ନଂ ଜୋନାରେ ବିଧାୟକଙ୍କ ପ୍ରଚାର

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ ଅନ୍ତର୍ଗତ ୩୯ ଓ ୪୦ ନମ୍ବର ଜୋନର ଜକର, ଘୋଡାପଲାଣ ଓ ବାଲିଛାଇ ଗ୍ରାମ ପଞ୍ଚାୟତରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଫେବୃଆରୀ ୩ ତାରିଖ ଦିନ  ବିଜୁ ଜନତା ଦଳ ସପକ୍ଷରେ ନିର୍ବାଚନ ପ୍ରଚାର କରିଥିବା ଜଣାପଡ଼ିଛି । ପ୍ରଚାର ସମୟରେ ବିଧାୟକ ଶ୍ରୀ ସାହୁ ଅଞ୍ଚଳର ବିକାଶ କଥା ପ୍ରକାଶ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ବିଭିନ୍ନ ଜନହିତକର ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ୩୯ ନଂ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଝୁନୁ ଦାଶ ଓ ୪୦ ନଂ ଜିଲ୍ଲାପରିଷଦ ପ୍ରାର୍ଥୀ ବିକ୍ରମ କୁମାର ନାୟକଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟା ରେ ଭୋଟ ଦେଇ ପ୍ରଗତିର ପଥକୁ ଆଗେଇ ନେବାକୁ ନିବେଦନ କରିଥିଲେ । ଏଥିସହ ଜକର, ଘୋଡାପଲାଣ ଓ ବାଲିଛାଇ ଗ୍ରାମ ପଞ୍ଚାୟତର ବିଜେଡି ସମର୍ଥୀତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ ଓ ସମ୍ପାଦକ ଅଶୋକ କୁମାର ବିଷୋୟୀ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ପ୍ରଚାର କାର୍ଯ୍ୟରେ ଯୋଗ ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ