୩ ଆତଙ୍କୀ ସହଯୋଗୀ ଗିରଫ

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ପୋଲିସ ୨୧ କେଜି ବ୍ରାଉନ୍‌ସୁଗାର ଜବତ କରିବା ସହିତ ଆତଙ୍କବାଦୀଙ୍କୁ ସହଯୋଗ କରିବା ଅଭିଯୋଗରେ ୩ ଜଣଙ୍କୁ ମଧ୍ୟ ଗିରଫ କରିଛି । ଏମାନଙ୍କ ଠାରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଓ ନଗଦ ୧ କୋଟି ୩୪ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଜବତ ହୋଇଥିବା ୨୧ କେଜି ହେରୋଇନର ଆନୁମାନିକ ମୂଲ୍ୟ ପ୍ରାୟ ଶହେ କୋଟି ଟଙ୍କା ହେବ। ଗିରଫ ୩ ଜଣ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାକୁ ସହଯୋଗ କରୁଥିଲେ ବୋଲି ଜଣାପଡ଼ିଛି । ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନଙ୍କୁ ଏମାନେ ଆର୍ଥିକ ସହାୟତା ଯୋଗାଇ ଦେଉଥିଲେ। ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ଏମାନେ ପ୍ରୋତ୍ସାହିତ କରୁଥିଲେ। ଗିରଫ ଯୁବକମାନେ ବଡ଼ ଧରଣର ଡ୍ରଗ୍ସ କାରବାର ରାକେଟ୍‌ରେ ମଧ୍ୟ ସଂପୃକ୍ତ ଥିଲେ ବୋଲି ପୋଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ