୩ କେନ୍ଦ୍ରରେ ନବୋଦୟ ପରୀକ୍ଷା ଦେଲେ ୩୮୮ ପରୀକ୍ଷାର୍ଥୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ୩ଟି ପରୀକ୍ଷା କେନ୍ଦ୍ରରେ ୩୮୮ ପରୀକ୍ଷାର୍ଥୀ ନବୋଦୟ ପରୀକ୍ଷା ଦେଇଥିବା ବେଳେ ୮୯ ଅନୁପସ୍ଥିତ ଥିବା ଜଣାଯାଇଛି । ବନ୍ତ ବାଳିକା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୩୪ ପରୀକ୍ଷା ଦେଇଥିବା ବେଳେ ୨୨ ଅନୁପସ୍ଥିତ ଥିଲେ । ଏଠାରେ ଉତ୍ତମ କୁମାର ଦତ୍ତ ସୁପରିନ୍‌ଟେଣ୍ଡେଣ୍ଟ ଥିଲେ । ଟିଲୋ ସରକାରୀ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୧୨ ପରୀକ୍ଷା ଦେଇଥିବା ବେଳେ ୨୯ ଅନୁପସ୍ଥିତ ଥିଲେ । ଏଠାରେ ନାରାୟଣ ଚନ୍ଦ୍ର ସାମଲ ସୁପରିନଟେଣ୍ଡେଣ୍ଟ ଥିଲେ । ଆଗରପଡା ସରକାରୀ ବାଳିକା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୪୨ ପରୀକ୍ଷା ଦେଇଥିବା ବେଳେ ୩୮ ଅନୁପସ୍ଥିତ ଥିଲେ । ଏଠାରେ ସତ୍ୟ ନାରାୟଣ ନାୟକ ସୁପରିନଟେଣ୍ଡେଣ୍ଟ ଥିଲେ । ୩ ପରୀକ୍ଷା କେନ୍ଦ୍ରରେ ସେଣ୍ଟର ଲିଭେଲ ଅବଜରଭର ଭାବେ ଆର୍‌.କେ.ମେହେଟା, ଅମର କୁମାର ରାମ, ହରେକୃଷ୍ଣ ଆପଟ ଥିଲେ । ବିଡିଓ ଅଙ୍କିତା ବାରିକ, ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରାଇ ସମସ୍ତ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ତଦାରଖ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ